Advertisment

Massive Fire in Bhubaneswar : ନିୟନ୍ତ୍ରଣକୁ ଆସୁନି, କାନ୍ଥ ଫାଟି ବିଲ୍ଡିଂ ବାହାରକୁ ଆସିଲାଣି ନିଆଁ

ଜଳୁଛି ଯେ ଜଳୁଛି, ଲିଭିବାର ନାଁ ଧରୁନି। କାନ୍ଥ ଫାଟି ବିଲ୍ଡିଂ ବାହାରକୁ ଆସିଲାଣି ନିଆଁ। ରାତି ଯାଇ ଦିନ ଦ୍ବିପହର ହେଲାଣି ହେଲେ ନିୟନ୍ତ୍ରଣକୁ ଆସୁନି। ରାଜଧାନୀରେ ଅଗ୍ନିତାଣ୍ଡବ, ଚାରିଆଡେ ଭୟଙ୍କର ଧୂଆଁ।

Supermart Fire

Supermart Fire Photograph: (OTV)

Advertisment

ଜଳୁଛି ଯେ ଜଳୁଛି, ଲିଭିବାର ନାଁ ଧରୁନି। କାନ୍ଥ ଫାଟି ବିଲ୍ଡିଂ ବାହାରକୁ ଆସିଲାଣି ନିଆଁ। ରାତି ଯାଇ ଦିନ ଦ୍ବିପହର ହେଲାଣି ହେଲେ ନିୟନ୍ତ୍ରଣକୁ ଆସୁନି। ରାଜଧାନୀରେ ଅଗ୍ନିତାଣ୍ଡବ, ଚାରିଆଡେ ଭୟଙ୍କର ଧୂଆଁ। 

Advertisment

ଚାରିଆଡେ ଭୟଙ୍କର ନିଆଁ ଆଉ ଧୂଆଁ। ଆଖି ଆଗରେ ଜଳି ଯାଉଛି ସବୁ କିଛି। ଚାହିଁଲେ ବି କେହି ଲିଭାଇ ପାରୁନାହାନ୍ତି। ବର୍ଷ ବର୍ଷର ପରିଶ୍ରମକୁ ଗିଳି ପକାଉଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ସୁପରମାର୍ଟ। ଆଉ ପାଉଁଶ ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଲିଭାଇ ହେଉନି ନିଆଁ, ଆଉ ଆଖିରୁ ରହୁନି ଲୁହ।  ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଥିବା ଏକ ବଡ଼ ସୁପରମାର୍ଟରେ ସୋମବାର ରାତିରୁ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ଏପିରକି ବିଲ୍ଡିଂ ଫାଟିବାକୁ ବସିଲାଣି।  

ସୋମବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍। ସାରା ସହର ଯେତେବେଳେ ଶୋଇବାକୁ ପ୍ରସ୍ତୁତ ହେଉଥିଲା, ସେତିକି ବେଳେ ଲିଙ୍ଗିପୁର ସ୍ଥିତ ସୁପରମାର୍ଟରୁ ବାହାରିଥିଲା କଳା ଧୂଆଁ। ଦେଖୁ ଦେଖୁ ନିଆଁର କରାଳ ରୂପ ପୂରା ବିଲଡିଂକୁ କରି ପକାଇଥିଲା କବଜା। ବିଶେଷ କରି ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଏତେ ଭୟଙ୍କର ବ୍ୟାପିଛି ଯେ, ଦୂରରୁ କେବଳ ନିଆଁର ଜିଭ ହିଁ ଦେଖାଯାଉଛି।

ନିଆଁ ଲିଭାଇବା ପାଇଁ ଓହ୍ଲାଇଥିବା ଅଗ୍ନିଶମ ବାହିନୀର ଆଡଭାନ୍ସ ରୋବୋଟିକ ମନିଟର୍ ମଧ୍ୟ ଫେଲ୍ ମାରିଛି। ସ୍ଥିତି ଏମିତି ହୋଇଛି ଯେ ଅଗ୍ନିଶମ ବାହିନୀକୁ ବିଲଡିଂର କାନ୍ଥ ଭାଙ୍ଗିବାକୁ ପଡ଼ିଛି। ୪୦ରୁ ଅଧିକ ଦମକଳ ଗାଡ଼ି ପାଣି ମାଡ଼ କରି ଚାଲିଛନ୍ତି, ହେଲେ ପ୍ଲାଷ୍ଟିକ ଏବଂ କିଛି ଲିକ୍ୟୁଡ ଭଳି ଜଳନଶୀଳ ଦ୍ରବ୍ୟ ଯୋଗୁଁ ନିଆଁ ଗୋଟିଏ ପରେ ଗୋଟିଏ ସେଲ୍ଫକୁ ଗ୍ରାସ କରି ଚାଲିଛି।

Advertisment

ସେପଟେ ଅଗ୍ନିଶମ ଡିଜି କହିଛନ୍ତି, ମାର୍ଟ ଭିତରକୁ ଯିବା ପାଇଁ କୌଣସି ଅନ୍ୟ ବିକଳ୍ପ ନାହି। ସମ୍ପୂର୍ଣ୍ଣ ଆବଦ୍ଧ ହୋଇ ରହିଛି। ଫଳରେ ନିଆଁ ଲିଭାଇବାରେ ବାଧା ଉପୁଜୁଛି।

ଲିଙ୍ଗିପୁର ସୁପରମାର୍ଟରେ ଲାଗିଥିବା ଏହି ନିଆଁରେ କେବଳ ସମ୍ପତ୍ତି ପୋଡ଼ୁନି, ବରଂ ଅନେକ ପ୍ରଶ୍ନ ଛିଡ଼ା କରୁଛି। ଯଦି ରୋବୋଟ୍ ଏବଂ ୪୦ରୁ ଅଧିକ ଗାଡ଼ିରେ ବି ନିଆଁ ଆୟତ୍ତ ହେଉନି, ତେବେ ବିଲଡିଂର 'Fire Safety' ବ୍ୟବସ୍ଥା କେମିତି ଥିଲା? କୋଟି କୋଟି ଟଙ୍କାର ସାମଗ୍ରୀ ପାଉଁଶ ହେବା ପରେ ଏବେ ତଦନ୍ତ କେଉଁ ମୋଡ଼ ନେବ, ତାହା ଦେଖିବାକୁ ବାକି ରହିଲା। 

Advertisment

Fire In Bhubaneswar Lingipur Fire Bhubaneswar Super Mart Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ