Fire Photograph: (OTV)
ଅଳିଆ ଗଦାରେ ନିଆଁ। ପୁରୀ ଗୌଡବାଡ଼ ସାହି ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିଲା। ରାତିରେ ଅଧିକ ବ୍ୟାପିଥିଲା। ନିଆଁ ସହ ଧୂଆଁରେ କଲବଲ ହୋଇଥିଲେ ପାଖରେ ରହୁଥିବା ବସ୍ତି ବାସିନ୍ଦା।
ଅଗ୍ନିଶମ ବାହିନୀ ପହଞ୍ଚି ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରିଥିଲେ। ପୁରୀ ପୌରପାଳିକା ଅନ୍ତର୍ଗତ ଗୌଡବାଡ଼ ସାହି ସାର ଗୋଦାମ ନିକଟରେ ନିଆଁ ଲାଗିଥିଲା। ସହରର ସମସ୍ତ ଆବର୍ଜନା ସେଠାରେ ଜମା ହୋଇ ପାହାଡ଼ ଭଳି ଗଦା ହୋଇଥିଲା।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦୀର୍ଘ ଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ।
ଅଳିଆ ଗଦାରେ ନିଆଁ
ପୁରୀ ଗୌଡବାଡ଼ ସାହି ଅଳିଆ ଗଦାରେ ଅଗ୍ନିକାଣ୍ଡ
ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିଲା
ନିଆଁ ଓ ଧୂଆଁରେ କଲବଲ ହେଲେ ପାଖ ବସ୍ତି ବାସିନ୍ଦା
ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/fire-2026-01-17-11-50-08.jpg)