Caterpillar Photograph: (OTV)
ସବୁଠି ମାଳମାଳ ସମ୍ବାଳୁଆ। ଘର ଦ୍ବାର ବାଡି ସବୁଠି ସମ୍ବାଳୁଆ। ଘର ଭିତରେ ଲୋକେ ଶାନ୍ତିରେ ନିଶ୍ବାସ ମାରିପାରୁନାହାନ୍ତି। ନା ଖାଇ ପାରୁଛନ୍ତି ନା ଶୋଇପାରୁଛନ୍ତି। ଦୀର୍ଘଦିନ ଧରି କଲବଲ କଲାଣି ଏକ ଭିନ୍ନ ପ୍ରଜାତୀର ସମ୍ବାଳୁଆ ।
କେନ୍ଦୁଝର ଆନନ୍ଦପୁର ପୌରପାଳିକ ୧୪ ନମ୍ବର ୱାଡର ଝାଡେଶ୍ବୋର କଲୋନୀ ଠାରେ ସମ୍ବାଳୁଆଙ୍କୁ ନେଇ ଲୋକେ ନାକେଦମ। ସକାଳୁ ସକାଳୁ ଲକ୍ଷ ଲକ୍ଷ ସଂଖ୍ୟାରେ ବାହରୁଥିବା ଏହି ଭିନ୍ନ ପ୍ରଜାତୀର ସମ୍ବାଳୁଆ ଚାରିଆଡେ ମାତିଗଲେଣି।
ଲୋକେ ବାଡିରେ ଲଗାଇଥିବା ପନିପରିବା ଗଛ ମଧ୍ୟ ଖାଇଗଲେଣି। ସମ୍ବାଳୁଆ ମାରିବାକୁ ଯେତେ ଉପାୟ କଲେ ମଧ୍ୟ ସେମାନଙ୍କ ସଂଖ୍ୟା କମିବାର ନାଁ ଧରୁନି। ପ୍ରଶାସନ ତରଫରୁ ସେମାନଙ୍କୁ ସାହାଯ୍ୟ କରାଯାଉ ବୋଲି ଲୋକେ ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/caterpillar-2026-01-21-15-03-12.jpg)