Advertisment

Masked Thieves Strike Three Homes: ସ୍ପ୍ରେ ମାରି ଘରେ ବୁଲାଇ ଦେଲେ କଳାକନା, ଗୋଟିଏ ଗାଁରେ ଏକାଧିକ ଚୋରି

ସ୍ପ୍ରେ ମାରି ଲୁଟ୍। ସ୍ପ୍ରେ ମାରି ଘରେ ବୁଲାଇ ଦେଲେ କଳାକନା। ଗୋଟିଏ ଗାଁରେ ଏକାଧିକ ଚୋରି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ସିରିଜ୍ ଚୋରି। ନିଶା ଦେଇ ଲୁଟି ନେଲେ ଟଙ୍କା ସହ ସୁନା ଅଳଙ୍କାର।

Masked Thieves Strike Three Homes

ସ୍ପ୍ରେ ମାରି ଘରେ ବୁଲାଇ ଦେଲେ କଳାକନା Photograph: (OTV)

Advertisment

ମୁହଁରେ ସ୍ପ୍ରେ ମାରି ଘରେ ବୁଲାଇ ଦେଲେ କଳାକନା। ଗୋଟେ ଦୁଇଟା ନୁହେଁ ଏକାଧିକ ଲୋକଙ୍କ ଘରେ ଘଟିଛି ଏମିତି ଲୁଟ୍। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସିଙ୍ଗିପୁରରେ ଘଟିଛି ସିରିଜ ଚୋରି। ଗୋଟିଏ ରାତିରେ ତିନୋଟି ଘରେ କଳା କନା ବୁଲାଇଲେ ଦୁବୃର୍ତ୍ତ। ନିଶା ଦେଇ ଲୁଟି ନେଲେ ଟଙ୍କା ସହ ସୁନା ଅଳଙ୍କାର। ଯାହାକୁ ନେଇ ଅଞ୍ଚଳରେ ଦେଖା ଦେଇଛି ଭୟର ବାତାବରଣ। 

Advertisment

ସିଙ୍ଗିପୁର ଭଣ୍ଡାରି ସାହି ଦଣ୍ଡପାଣି ନାୟକ ଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ତା ସହିତ ସେହି ଅଞ୍ଚଳର ଅନ୍ୟ ଦୁଇ ଜଣଙ୍କ ଘରୁ ବି ଚୋରି ହୋଇଛି। ଗୋଟିଏ ଦିନ ପୂର୍ବରୁ ମଧ୍ୟ ସିଙ୍ଗିପୁର ଖାରିଆଗୁଡା ଗାଁର ତିନୋଟି ଘରେ କଳା କନା ବୁଲାଇ ଥିଲେ ଚୋର। ଘରେ ସମସ୍ତ ଲୋକେ ଶୋଇଯିବା ପରେ ଚୋର ମାନେ ଘରେ ପଶି ଏମାନଙ୍କୁ ନିସ୍ତେଜ କରିବା ପରେ ଲୁଟ୍ ପାଟ୍ କରୁଛନ୍ତି।

Odisha News Ganjam Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ