ଚୋରି କରିବାକୁ ଯାଇ ଲୁଟି ନେଲେ ଟଙ୍କା ଓ ସୁନା Photograph: (OTV)
ଚୋରି କରିବାକୁ ଯାଇ ଘରେ ପଶି ମା ଓ ଝିଅଙ୍କୁ ହାଣିଦେଲେ ଦୁର୍ବୁତ୍ତ। ଲୁଟିନେଲେ ସୁନାଗହଣା ଓ ଲକ୍ଷାଧିକ ଟଙ୍କା। ଗୁରୁତର ଅବସ୍ଥାରେ ମା ଓ ଝିଅ କଟକ ସ୍ଥାନାନ୍ତର ହୋଇଛନ୍ତି। ପରଜଙ୍ଗ ଥାନା ଲୋଧଣୀ ଗ୍ରାମରେ ଦୁର୍ବୁତ୍ତ ଘରେ ପଶି ଏହି କାଣ୍ଡ ଘଟାଇଛନ୍ତି। ଚୋରି କରିବାକୁ ଘରେ ପଶିଥିବା ବେଳେ ମା ଓ ଝିଅ ଙ୍କୁ ହାଣି ଦେଇଥିଲେ l ଗୁରୁତର ଅବସ୍ଥାରେ ମା ଓ ଝିଅ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି l
ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨ ଟା ସମୟରେ ପାଞ୍ଚଜଣ ଦୁର୍ବୁତ୍ତ ମୁଖାପିନ୍ଧି ଚୋରି କରିବା ପାଇଁ ପଶିଥିଲେ l ସେହି ସମୟରେ ପ୍ରସନ୍ନ ଓ ତାଙ୍କ ପୁଅ ଗୋଟିଏ ଘରେ ଶୋଇଥିବା ବେଳେ ଦୁର୍ବୁତ୍ତ ମାନେ ସେମାନଙ୍କୁ ବାହାର ପଟୁ ତାଲାପକାଇ ଦେଇଥିଲେ l ଅନ୍ୟ ଗୋଟିଏ ଘରେ ପ୍ରସନ୍ନଙ୍କ ସ୍ତ୍ରୀ ମାଣିକ ସାହୁ ଓ ଝିଅ ଈଶ୍ୱରୀ ସାହୁ ଶୋଇଥିବା ବେଳେ ଦୁର୍ବୁତ୍ତ ମାନେ ସେହି ଘରେ ପଶି ଗଡ଼ରେଜ ଭାଙ୍ଗିବା ସହ ସୁନାଗହଣା ଓ ଟଙ୍କା ଲୁଟ ଉଦ୍ୟମ କରିଥିଲେ।
ତେବେ ଉଭୟ ମା ଓ ଝିଅ ଦୁର୍ବୁତ୍ତ ମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିବାରୁ ଦୁର୍ବୁତ୍ତମାନେ ମା ଓ ଝିଅଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ହାଣି ଦେଇଥିଲେ। ଗଡ଼ରେଜରେ ଥିବା ଟଙ୍କା ଲୁଟି ନେଇଥିଲେ l ତେବେ ଲୁଟ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ଜଣାପଡିନାହିଁ। ଉଭୟ ମା ଓ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରିବାର ଲୋକ ଓ କିଛି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ସେମାନଂକୁ କଟକ ସ୍ଥାନାନ୍ତର କରିଛନ୍ତି l ଖବର ପାଇ ପରଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି।
- ଚୋରି କରିବାକୁ ଯାଇ ଲୁଟି ନେଲେ ଟଙ୍କା ଓ ସୁନା
- ଲୁଟ ର ପ୍ରତିବାଦ କରିବାକୁ ମା'ଝିଅକୁ ହାଣିଦେଲେ
- ଆହତ ହୋଇ ଉଭୟ ମା'ଝିଅ କଟକ ସ୍ଥାନାନ୍ତର
- ଢେଙ୍କାନାଳ ପରଜଙ୍ଗ ପୋଲିସର ଖୋଳତାଡ଼
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/01/robbers-brutally-attack-mother-and-daughter-2026-03-01-17-56-49.jpg)