Advertisment

ସରକାରଙ୍କ ବିରୋଧରେ ମାଓ ଅଡିଓ ଟେପ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ ମାଓବାଦୀ। ସିପିଅାଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଅଡିଓ ଟେପ୍ ଜାରି କରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେକ୍ ଇନ୍ ଓଡ଼ିଶାକୁ ଓଡ଼ିଶା ବିକ୍ରି କନ୍‌କ୍ଲେଭ ଭାବେ ଅଭିହିତ କରି ଉମାକାନ୍ତ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଅାଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରି ଦିଅାଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର […]

ସରକାରଙ୍କ ବିରୋଧରେ ମାଓ ଅଡିଓ ଟେପ୍

mao

Advertisment

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ ମାଓବାଦୀ। ସିପିଅାଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଅଡିଓ ଟେପ୍ ଜାରି କରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ମେକ୍ ଇନ୍ ଓଡ଼ିଶାକୁ ଓଡ଼ିଶା ବିକ୍ରି କନ୍‌କ୍ଲେଭ ଭାବେ ଅଭିହିତ କରି ଉମାକାନ୍ତ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଅାଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରି ଦିଅାଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର ପ୍ରଚାର ପାଇଁ ବିଜେଡି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ କରିଥିଲା। ଏଥିରୁ ମିଳିବାକୁ ଥିବା ନୋଟ୍‌କୁ ନେଇ ଭୋଟ୍ କିଣିବାକୁ ଉଦ୍ୟମ କରିବ ଦଳ।

ରାଜ୍ୟରେ ହେବାକୁ ଥିବା ନିବେଶରେ ଅାର୍ଥିକ ବିକାଶ ହେବନି ବରଂ ଓଡ଼ିଶାବାସୀ କାଙ୍ଗାଳ ହେବେ। ଯେଉଁ ସରକାର ୫୦ ହଜାର ନିଯୁକ୍ତି ଦେଇନି, ସେ ୫ ଲକ୍ଷ ନିଯୁକ୍ତି ଦେବ ବୋଲି କହିବା ପୂରା ମିଛ ବୋଲି କହିବା ସହ ନବୀନ ସରକାରଙ୍କୁ ଫମ୍ପା ମାଠିଅା ବୋଲି କହିଛନ୍ତି ଉମାକାନ୍ତ।

Advertisment

ସେହିପରି ଚାଷୀଙ୍କୁ ଭୁବନେଶ୍ୱରରେ ପୂରାଇ ନଦେବାକୁ ମଧ୍ୟ ନିନ୍ଦା କରିଛନ୍ତି ଉମାକାନ୍ତ। ସେ କହିଛନ୍ତି ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯିବା ଚାଷୀଙ୍କ ଅାଖିରେ ଧୂଳି ପକାଇବା ସଦୃଶ। ବିଜେଡି ନେତାମାନେ ଭୋଟ ମାଗିବାକୁ ଅାସିଲେ କୋଡ଼ି, କୋଦାଳରେ ଜବାବ ଦେବାକୁ ଏବଂ ଦଲାଲ ନବୀନ ସରକାର ବିରୋଧରେ ସଂଗ୍ରାମ ତୀବ୍ର କରିବାକୁ ଅ଼ଡିଓ ଟେପ୍ ଜରିଅାରେ ଅାହ୍ୱାନ ଦେଇଛନ୍ତି ଉମାକାନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ