mao Photograph: (OTV)
ମୁଣ୍ଡ ନୂଆଁଇଲା ମାଓ ସଂଗଠନ। ସଂଗଠନର ମାଡ ଡିଭିଜନାଲ କମିଟିର ଅସ୍ତ୍ର ବିରତି ପାଇଁ ତାରିଖ ଘୋଷଣା । ମାଡ଼ ଡିଭିଜନର ମୁଖ୍ୟ ରଣୀତା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି। ପ୍ରେସ ନୋଟରେ ରଣୀତା କହିଛି " ଆମେ କେନ୍ଦ୍ରୀୟ କମିଟି ପ୍ରବକ୍ତାର ଅସ୍ତ୍ର ବିରତି ଡାକରାକୁ ସମର୍ଥନ ଜଣାଉଛୁ। ବର୍ତ୍ତମାନ ପରିସ୍ଥିତିରେ ସଂଘର୍ଷ ଜାରି ରଖିବା ବ୍ୟର୍ଥ ଅଟେ ଏବଂ ଜନତା ବିକାଶ ଚାହୁଁଛନ୍ତି । ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବୁ। ଆଗାମୀ ୧୫ ତାରିଖ ମଧ୍ୟରେ ଅସ୍ତ୍ର ବିରତି କରିବ ମାଓବାଦୀଙ୍କ ମାଡ଼ ଡିଭିଜନର ସମସ୍ତ ସଦସ୍ୟ।
ଏପଟେ ତେଲେଙ୍ଗାନାରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ରୁବେନ। ଜଗଦଲପୁର ଜେଲ ବ୍ରେକ'ର ମାଷ୍ଟର ମାଇଣ୍ଡ, ମାଓ ସଂଗଠନରେ ୪୪ ବର୍ଷ ଧରି କାର୍ଯ୍ୟ କରୁଥିବା ମାଓବାଦୀ ରୁବେନ ଓରଫ ସୁରେଶ ଆତ୍ମସମର୍ପଣ କରିଛି। ସେ ଚାରି ଦଶକ ମଧ୍ୟରେ ଶତାଧିକ ସୁରକ୍ଷା ବାହିନୀଙ୍କୁ ହତ୍ୟା ଘଟଣାରେ ସାମିଲ ଥିଲା। ରୁବେନ ଦକ୍ଷିଣ ବସ୍ତର ଡିଭିଜନ କମିଟିର ମୁଖ୍ୟ ଥିବା ବେଳେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲା। ରୁବେନ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ମୁଣ୍ଡ ନୂଆଁଇଲା ମାଓ ସଂଗଠନ 'ମାଡ ଡିଭିଜନାଲ କମିଟି'
'ମାଡ' କମିଟି ପକ୍ଷରୁ ଅସ୍ତ୍ର ବିରତି ପାଇଁ ତାରିଖ ଘୋଷଣା
ଆସନ୍ତା ୧୫ ତାରିଖ ମଧ୍ୟରେ ଅସ୍ତ୍ର ବିରତି କରିବେ କମିଟିର ସମସ୍ତ ସଦସ୍ୟ
ତେଲେଙ୍ଗାନାରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ରୁବେନ
ଦକ୍ଷିଣ ବସ୍ତର ମାଓ ଡିଭିଜନ୍ କମିଟିର ମୁଖ୍ୟ ରୁବେନ୍ ଓରଫ ସୁରେଶ
୪୪ ବର୍ଷ କାର୍ଯ୍ୟରେ ଶତାଧିକ ସୁରକ୍ଷା କର୍ମୀଙ୍କୁ ହତ୍ୟା ଘଟଣାରେ ସଂପୃକ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/mao-2025-10-08-16-33-32.jpg)