Advertisment

Man Dies After DJ Noise: ବଜାରରେ ବାଜିଲା ଡିଜେ, ଟଳିପଡ଼ିଲେ ଯୁବକ

କଟକ ଜିଲ୍ଲ ତିଗିରିଆ ଥାନା ନୂଆପାଟଣା ଗାଁରେ ଘଟିଛି ଏଭଳି ଅଘଟଣ। ଗାଁର ଲକ୍ଷ୍ମୀଧର ଚନ୍ଦ ଗତ ୧୬ ତାରିଖରେ ବାଜାରରେ ଯିବା ସମୟରେ ଏକ ବରଯାତ୍ରୀ ଯାଉଥିଲା। ଏହି ସମୟରେ ଡିଜେର ବିକଟାଳ ଶବ୍ଦ ଶୁଣି ହଠାତ ସେ ଅସୁସ୍ଥ ହୋଇ ପଡିଥିଲେ।

DJ Sound

DJ Sound Photograph: (OTV)

Advertisment

ପୁଣି ଜୀବନ ନେଲା ଡିଜେର ବିକଟାଳ ଶବ୍ଦ। କଟକ ଜିଲ୍ଲ ତିଗିରିଆ ଥାନା ନୂଆପାଟଣା ଗାଁରେ ଘଟିଛି ଏଭଳି ଅଘଟଣ। ଗାଁର ଲକ୍ଷ୍ମିଧର ଚନ୍ଦ ଗତ ୧୬ ତାରିଖରେ ବାଜାରରେ ଯିବା ସମୟରେ ଏକ ବରଯାତ୍ରୀ ଯାଉଥିଲା। ଏହି ସମୟରେ ଡିଜେର ବିକଟାଳ ଶବ୍ଦ ଶୁଣି ହଠାତ ଅସୁସ୍ଥ ହୋଇ ପଡିଥିଲେ ଲକ୍ଷ୍ମିଧର।

Advertisment

ସଙ୍ଗେ ସଙ୍ଗେ ନିକଟସ୍ଥ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିନା ପରିମିଶନରେ ବିବାହ ଶୋଭାଯାତ୍ରାରେ ବାଜୁଥିଲା ଡିଜେ। ଫଳରେ ଜଣଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଡିଜେ ଗାଡିର ଅପରେଟରକୁ ଗିରଫ କରାଯାଇଥିବା ବେଳେ ମାଲିକ ସମେତ ବର ଘର ଲୋକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି। 

Advertisment
Odisha Cuttack Death DJ Music
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ