Kendujhar Photograph: (OTV)
କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମକର ଭେଟି। କେନ୍ଦୁଝର ଜିଲ୍ଲାକୁ ଦେଲେ ୧୯୦୦ କୋଟିର ପ୍ରକଳ୍ପ ଭେଟି। କେନ୍ଦୁଝର ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ସଡ଼କ ଓ ପାନୀୟ ଜଳ ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି ୧୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହା ମଧ୍ୟରେ ୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୯୪ କୋଟି ଟଙ୍କାର ୩୬ଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକାର୍ପଣ ହୋଇଥିବା ପ୍ରକଳ୍ପ ମଧ୍ୟରେ ସ୍କୁଲ, କଲେଜ, ହଷ୍ଟେଲ, ପୋଖରୀ ଉନ୍ନତିକରଣ ଆଦି ରହିଛି। ସେହିଭଳି ୧୦୧ କୋଟି ବିନିଯୋଗରେ ୬ଟି ବ୍ଲକରେ ବ୍ଲକ୍ ସ୍ତରୀୟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ କେନ୍ଦୁଝର ଆଗକୁ ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।...
୧୭୦୮ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶିଳାନ୍ୟାସ
୧୯୪ କୋଟି ଟଙ୍କାର ୩୬ଟି ପ୍ରକଳ୍ପ ଉଦ୍ ଘାଟନ କଲେ ମୁଖ୍ୟମନ୍ତ୍ରୀ
୧୦୧ କୋଟିର ୬ଟି ବ୍ଲକ୍ ସ୍ତରୀୟ ଷ୍ଟାଡିୟମର ଶିଳାନ୍ୟାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/kendujhar-2026-01-13-20-40-06.jpg)