Advertisment

Pitabas Panda Murder Case: ଖୋଲିବ କି ଗୁମର: ପୂର୍ବତନ ବିଜେଡି ବିଧାୟକଙ୍କୁ ଅଜ୍ଞାତ ସ୍ଥାନରେ ଜେରା

ଗୋଟିଏ ପରେ ଗୋଟିଏ ଖିଅ ଖୋଜିବା ସହ ଘଟଣା ର ମୂଳକୁ ଯିବାକୁ ପୋଲିସର ଉଦ୍ୟମ। ହତ୍ୟାକାଣ୍ଡ ପଛରେ ରାଜନୈତିକ କାରଣ ନା ଆଉକିଛି ତାହା ଅସ୍ପଷ୍ଟ। ଖୁବଶୀଘ୍ର ପୁରା ଘଟଣାର ଖୁଲାସା ହେବ।

Pitabas Murder

Pitabas Murder Photograph: (OTV)

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ (pitabas murder) ଖୋଲିବ କି ଗୁମର? କାହିଁକି ପୀତବାସଙ୍କୁ କରାଯାଇଥିଲା ହତ୍ୟା ? ଏସବୁ ଚର୍ଚ୍ଚା ଭିତରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କୁ ପୋଲିସ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ଜେରା କରୁଥିବା ସୂଚନା ମିଳିଛି। 
ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପିଙ୍କ ସହ ପୋଲିସ ଟିମ ଯାଇ ତାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରୁ ଉଠାଇଥିବା ସୂଚନା ମିଳିଛି। ଏହି ଖବର ପରେ ବିଳମ୍ବିତ ରାତିରେ ତାଙ୍କ ସମର୍ଥକମାନେ ବୈଦ୍ୟନାଥପୁର ଥାନାକୁ ଯାଇ ପଚରାଉଚରା କରିଥିଲେ।  ହେଲେ ପୋଲିସ ମୁହଁ ଖୋଲି ନଥିଲା। 
ତେବେ ବିକ୍ରମଙ୍କୁ କେଉଁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ତାହା ଜଣା ପଡ଼ିନାହିଁ । 
ଅନ୍ୟପକ୍ଷରେ କେଉଁ କାରଣ ପାଇଁ ବିକ୍ରମଙ୍କୁ ପୋଲିସ ଉଠାଇନେଇଛି? ପୀତବାସ ପଣ୍ଡା ହତ୍ୟା ମାମଲାରେ ତାଙ୍କର ଲିଙ୍କ୍ ରହିଛି  କି? କେଉଁ ଆଧାରେ ପୋଲିସ ବିକ୍ରମଙ୍କୁ ଅଜ୍ଞାତ ସ୍ଥାନରେ ଜେରା କରୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।   
ଗତ ସୋମବାରରୁ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସକୁ ମଧ୍ୟ ଉଠାଇ ନେଇଥିଲ। ଏହାସହ ଜଣେ ଛାତ୍ରନେତା ସହ ସାର୍ପ ସୁଟର ଏବଂ ରେକି କରିଥିବା ଦୁର୍ବୁତ୍ତ ମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡକୁ ୧୭ ଦିନ ହେଲାଣି। ପୋଲିସ ପାଖାପାଖି ଶହେ ଲୋକଙ୍କୁ ଡାକି ପଚରାଉଚରା କରିଥିବା ବେଳେ ୭୦ରୁ ଅଧିକ CCTV ଯାଞ୍ଚ କରିବା ସହ ବିଭିନ୍ନ ଦିଗକୁ ତଦନ୍ତ  ଆରମ୍ଭ କରିଛି। 
ଉଲ୍ଲେଖଯୋଗ୍ୟ,  ଗତ ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରେ ହତ୍ୟା କରି ଫେରାର ମାରିଥିଲେ ଦୁର୍ବୃତ୍ତ। ସାର୍ପସୁଟର ଥିବା ସୁପାରିକିଲରଙ୍କୁ ନିଯୁକ୍ତ କରି ହତ୍ୟା କରାଯାଇଥିବା ଆଶଙ୍କା କରାଯାଇଥିଲା। ତେବେ ତାଙ୍କୁ କ’ଣ ପାଇଁ କିଏ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

Advertisment

ଅଧିକ ଦେଖନ୍ତୁ:

pitabas murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ