Advertisment

Major Anti Naxal Operation: ନକ୍ସଲ ମୁଳପୋଛ ନେଇ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ

ଓଡ଼ିଶାରୁ ନକ୍ସଲ ମୂଳପୋଛ ଯୋଜନା। କନ୍ଧମାଳରୁ ଆରମ୍ଭ ହେବ ବଡ଼ ଅପରେସନ୍। ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶାରୁ ମାଓ ଦମନ ସରିବ । ଓଡ଼ିଶାରେ ବାକି ଅଛନ୍ତି ୮୦ରୁ ୮୫ ମାଓବାଦୀ ।

naxal operation

naxal operation Photograph: (OTV)

Advertisment

ଓଡ଼ିଶାରୁ ନକ୍ସଲ ମୂଳପୋଛ ଯୋଜନା। କନ୍ଧମାଳରୁ ଆରମ୍ଭ ହେବ ବଡ଼ ଅପରେସନ୍। ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶାରୁ ମାଓ ଦମନ ସରିବ । ଓଡ଼ିଶାରେ ବାକି ଅଛନ୍ତି ୮୦ରୁ ୮୫ ମାଓବାଦୀ । ମାଓବାଦୀଙ୍କ ଭିତରେ ୫ ଓଡ଼ିଆ, ବାକି ସବୁ ଅଣ ଓଡ଼ିଆ।

Advertisment

କନ୍ଧମାଳରେ ନକ୍ସଲ ବିରୋଧୀ ଅପେରସନର ସମୀକ୍ଷା ବେଳେ ଏଭଳି କହିଛନ୍ତି ପୋଲିସ ଡିଜି ୱାଇ. ବି ଖୁରାନିଆ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ତେଣୁ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୁଳପୋଛ ଟାର୍ଗେଟ୍ କରାଯାଇଛି ।

ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ବତନ୍ତ୍ର ପଲିସି ରହିଛି । ଯେଉଁମାନେ ସରେଣ୍ଡର କରିବେ ପଲିସି ଅନୁସାରେ ସୁବିଧା ପାଇବେ । ନକ୍ସଲ ବିରୋଧୀ ଅପେରସନର ସମୀକ୍ଷା ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ୱାଇ.ବି ଖୁରାନିଆ। ସେ ଦୁଇ ଦିନିଆ ଗସ୍ତରେ ଯାଇ ଗତକାଲି ବୌଦ୍ଧ ଜିଲ୍ଲା ଏବଂ ଆଜି ଫୁଲବାଣୀରେ ଅଛନ୍ତି। ଡିଜିପିଙ୍କ ସହ ଉପସ୍ଥିତ ଅଛନ୍ତି IG ଅପେରସନ ସଂଜୀବ ପଣ୍ଡା, DIG ଅଖିଳେଶ୍ୱର ସିଂ, ଦକ୍ଷିଣାଞ୍ଚଳ IG ନୀତି ଶେଖର ।

Advertisment

କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ନକ୍ସଲ ଓ ମାଓ ମୁକାବିଲା, ଗଞ୍ଜେଇ ଚାଷ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି ଡିଜିପି। ସମୀକ୍ଷା ବୈଠକରେ କନ୍ଧମାଳ SP, SOG କମାଣ୍ଡାଣ୍ଟ, CRPF ଏବଂ BSF ଅଧିକାରୀମାନେ ଉପସ୍ଥିତ ଥିଲେ । 


୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରୁ ମାଓ ଦମନ ସରିବ: DGP
ନକ୍ସଲ ମୁଳପୋଛ ନେଇ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ
କନ୍ଧମାଳରେ ପୋଲିସ ମହାନିର୍ଦ୍ଦେଶକଙ୍କ ବଡ଼ ସମୀକ୍ଷା
‘ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି’
‘୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୁଳପୋଛ ଟାର୍ଗେଟ୍ ’
‘ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ବତନ୍ତ୍ର ପଲିସି ରହିଛି’
‘ଯେଉଁମାନେ ସରେଣ୍ଡର କରିବେ ପଲିସି ଅନୁସାରେ ସୁବିଧା ପାଇବେ’
‘ଅସ୍ତ୍ର ଛାଡ଼ି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ବାନ’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ