Advertisment

Mahanadi Water Dispute: ଶୁଣାଣି ପୂର୍ବରୁ ପକ୍ଷ ରଖିବ ଓଡ଼ିଶା, ଛତିଶଗଡ଼ ଯିବ ମହାନଦୀ କମିଟି

ଆଗାମୀ ଜାନୁଆରୀ ୩୧ ଏବଂ ଫେବୃଆରି ୧ ତାରିଖରେ ଛତିଶଗଡ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ତା’ ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡ ଯାଇ ପକ୍ଷ ରଖିବେ ସରକାର।

MAHANADI MEETING

MAHANADI MEETING Photograph: (OTV)

Advertisment

ମହାନଦୀ ଜଳ ବିବାଦ: ଆଗାମୀ ଜାନୁଆରୀ ୩୧ ଏବଂ ଫେବୃଆରି ୧ ତାରିଖରେ ଛତିଶଗଡ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ତା’ ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡ ଯାଇ ପକ୍ଷ ରଖିବେ ସରକାର। 

Advertisment

ଫେବୃଆରୀ ୭ ତାରିଖରେ ରହିଛି ମହାନଦୀ ଟ୍ରିବୁନାଲର ପରବର୍ତ୍ତୀ ଶୁଣାଣି। ଛତିଶଗଡ ସରକାରଙ୍କ ସହ ଓଡ଼ିଶା ଟ୍ରିବୁନାଲଙ୍କ ନିକଟରେ ପକ୍ଷ ରଖିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ଏହା ସହ ୧୨ ମାର୍ଚ୍ଚ  ୨୦୧୮ରେ ଗଠନ ହୋଇଥିବା ଟ୍ରିବୁନାଲ ୧୩ ମାର୍ଚ୍ଚ ରେ ଅବଧି ସରିବ।

ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫୋର୍ଦ୍ଦୋଶ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ସାମିଲ ହୋଇଥିଲେ।

Advertisment
Chhattisgarh Mahanadi Water Disputes Tribunal Mahanadi Water Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ