MAHANADI MEETING Photograph: (OTV)
ମହାନଦୀ ଜଳ ବିବାଦ: ଆଗାମୀ ଜାନୁଆରୀ ୩୧ ଏବଂ ଫେବୃଆରି ୧ ତାରିଖରେ ଛତିଶଗଡ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି। ତା’ ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ। ଏହି ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡ ଯାଇ ପକ୍ଷ ରଖିବେ ସରକାର।
ଫେବୃଆରୀ ୭ ତାରିଖରେ ରହିଛି ମହାନଦୀ ଟ୍ରିବୁନାଲର ପରବର୍ତ୍ତୀ ଶୁଣାଣି। ଛତିଶଗଡ ସରକାରଙ୍କ ସହ ଓଡ଼ିଶା ଟ୍ରିବୁନାଲଙ୍କ ନିକଟରେ ପକ୍ଷ ରଖିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ଏହା ସହ ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିବା ଟ୍ରିବୁନାଲ ୧୩ ମାର୍ଚ୍ଚ ରେ ଅବଧି ସରିବ।
ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫୋର୍ଦ୍ଦୋଶ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ସାମିଲ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/mahanadi-meeting-2026-01-17-15-35-28.jpg)