Advertisment

ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଙ୍କୀ: ବାଙ୍କୀର ଆରାଧ୍ୟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳୁ ସେବାୟତମାନଙ୍କ ଦ୍ୱାରା ୧୦୮ ଗରାରେ ପବିତ୍ର ଜଳଲାଗି ଓ ମାଜଣା କରାଯିବା ପରେ ମହାଷ୍ଟମୀର ନୀତିକାନ୍ତି ଆରମ୍ଭ ହୋଇଥିଲା। ସୂର୍ଯ୍ୟପୂଜା, ମଙ୍ଗଳଆଳତି, ଦ୍ୱାରପାଳ ପୂଜା ପରେ ବଲ୍ଲଭ ପୂଜା ସହ ମାଣ୍ଡୁଅ ଭୋଗ ଲାଗି ହେବ। ମା’ଙ୍କୁ ଆଜି ସୁସଜ୍ଜିତ ପାଟ୍ଟବସ୍ତ୍ର ଦ୍ୱାରା ମହିଷାମର୍ଦ୍ଦିନୀ ବେଶ କରାଯାଇଛି। ଏହି ବେଶରେ ମା’ଙ୍କୁ ଦର୍ଶନ […]

ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

2

Advertisment

ବାଙ୍କୀ: ବାଙ୍କୀର ଆରାଧ୍ୟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳୁ ସେବାୟତମାନଙ୍କ ଦ୍ୱାରା ୧୦୮ ଗରାରେ ପବିତ୍ର ଜଳଲାଗି ଓ ମାଜଣା କରାଯିବା ପରେ ମହାଷ୍ଟମୀର ନୀତିକାନ୍ତି ଆରମ୍ଭ ହୋଇଥିଲା।

Advertisment

ସୂର୍ଯ୍ୟପୂଜା, ମଙ୍ଗଳଆଳତି, ଦ୍ୱାରପାଳ ପୂଜା ପରେ ବଲ୍ଲଭ ପୂଜା ସହ ମାଣ୍ଡୁଅ ଭୋଗ ଲାଗି ହେବ। ମା’ଙ୍କୁ ଆଜି ସୁସଜ୍ଜିତ ପାଟ୍ଟବସ୍ତ୍ର ଦ୍ୱାରା ମହିଷାମର୍ଦ୍ଦିନୀ ବେଶ କରାଯାଇଛି। ଏହି ବେଶରେ ମା’ଙ୍କୁ ଦର୍ଶନ କରିବା ପାଇଁ ଅନେକ ମାନସିକଧାରୀ ଚର୍ଚ୍ଚିକା ପୀଠରେ ଏକାଠି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ