Advertisment

ରେଳଯାତ୍ରୀଙ୍କ ପାଇଁ ଆତ୍ମା: ବିନା ଟିକେଟ ଛୁଇଁ ଚେକିଂ କରିବ ମେସିନ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା AUTOMATED TICKET CHEAKING AND MANAGING AXIS SYSTEM ବା ଆତ୍ମା। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ…

ଅଦ୍ୟତନ ହୋଇଛି
ରେଳଯାତ୍ରୀଙ୍କ ପାଇଁ ଆତ୍ମା: ବିନା ଟିକେଟ ଛୁଇଁ ଚେକିଂ କରିବ ମେସିନ୍

railway-station

Advertisment

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା AUTOMATED TICKET CHEAKING AND MANAGING AXIS SYSTEM ବା ଆତ୍ମା। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ ଫସପେଟ ଲିମିଟେଡ଼ ପକ୍ଷରୁ ଏହି ଆତ୍ମା ମେସିନ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାପନା କରାଯାଇଛି। ଯେଉଁମାନେ e-ticket ଧରି ସେମାନଙ୍କ ପାଇଁ ମୁଖ୍ୟତଃ ୪ଟି କାମ କରିବ।

Advertisment

ଏହି ମେସିନ ଟିକେଟର ବାରକୋଡକୁ ଏହି ମେସିନ ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଜଣାଇବ। ଟିକେଟର ସମସ୍ତ ଡିଟେଲ ସହ ବ୍ୟକ୍ତିର ଥର୍ମାଲ ସ୍କ୍ରିନିଂ କରି ଶରୀରର ତାପମାତ୍ରା ମଧ୍ୟ ମାପିବ। ଏହା ସଂପୂର୍ଣ୍ଣ ଟଚ୍ ପ୍ରି ସିଷ୍ଟମ ହୋଇଥିବା ବେଳେ ଆଗକୁ ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହା ଲାଗିବ।

ସେହିପରି ରେଳ ବିଭାଗ ପକ୍ଷରୁ ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ହୋଇଛି। କରୋନା କଟକଣାକୁ କଡାକଡି ଭାବେ ପାଳନ ବାଧ୍ୟତାମୂଳକ କରାଯାଇଛି। ଷ୍ଟେସନ ପରିସରରେ ବିଏମସି କାଉଣ୍ଟର ହୋଇଛି। ୭୨ ଘଣ୍ଟା ଭିତରେ କରୋନା ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟୀକା, କିମ୍ବା ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହୋଇଛି। କୌଣସି ଯାତ୍ରୀ ୱେଟିଂ ଲିଷ୍ଟରେ ଯାତ୍ରା କରିବାର ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଭୁନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ