Advertisment

Low Pressure System: ସୃଷ୍ଟି ହେଲା ଲଘୁଚାପ, ବାତ୍ୟାରେ ପରିଣତ ହେବ!

ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ଆସନ୍ତାକାଲି ଅବପାତ ହେବାର ସମ୍ଭାବନା। ଅବପାତ ହେବାର ୪୮ ଘଣ୍ଟାରେ ଘନୀଭୂତ ହେବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ।

Low Pressure

Low Pressure Photograph: (OTV)

Advertisment

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆଗକୁ ଅଧିକ ଘନୀଭୂତ ହେବ। ଆସନ୍ତାକାଲି ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଲଘୁଚାପ ନେବ ଅବପାତର ରୂପ। ପରବର୍ତ୍ତୀ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Advertisment

ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଅବପାତର ରୂପରେଖ ଓ ପ୍ରଭାବ ନେଇ କୌଣସି ପୂର୍ବାନୁମାନ କରିନି ପାଣିପାଗ ବିଭାଗ। ତେବେ କିଛି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ମତରେ, ଲଘୁଚାପ ଆସନ୍ତା ସପ୍ତାହରେ ବାତ୍ୟାର ରୂପ ନେଇପାରେ। ପୂର୍ବ ଭାରତରେ ପ୍ରଭାବ ପକାଇବା ପୂର୍ବରୁ ସମୁଦ୍ରରେ ସାଇକ୍ଲୋନ୍ ହୋଇପାରେ ବୋଲି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ପରେ ଛନକା ବଢ଼ିଛି। ଏପଟେ ରାଜ୍ୟରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୨୭ ପରେ ବର୍ଷା ହୋଇପାରେ।

•    ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ
•    ଆସନ୍ତାକାଲି ଅବପାତ ସମ୍ଭାବନା
•    ଅବପାତ ହେବାର ୪୮ ଘଣ୍ଟାରେ ଘନୀଭୂତ ହେବ 
•    ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ
•    ବାତ୍ୟାରେ ପରିଣତ ହେବ କି ନାହିଁ ସ୍ପଷ୍ଟ କରିନି IMD
•    ବାତ୍ୟା ପୂର୍ବାନୁମାନ କରୁଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ

Advertisment
Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ