Advertisment

Cyclonic Storm: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ବଢିଲା ବାତ୍ୟା ସମ୍ଭାବନା

ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଆସନ୍ତାକାଲି ବେଳକୁ ଅବପାତର ରୂପ ନେବା ସମ୍ଭାବନା। ୪୮ ଘଣ୍ଟାରେ ବାତ୍ୟା ସମ୍ଭାବନା ରହିଛି।

Cyclone

Cyclone Photograph: (OTV)

Advertisment

ଦକ୍ଷିଣ ଆଣ୍ଡାମାନ ସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଲଘୁଚାପ କ୍ଷେତ୍ର। ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀଙ୍କ ସୂଚନା ରହିଛି।

Advertisment

ତେବେ ରାଜ୍ୟରେ ଆସନ୍ତା ୨୭ ତାରିଖ ପରେ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସାମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ବାତ୍ୟାରେ ପରିଣତ ହେବା ପରେ କୁଆଡେ ମୁହାଁଇବ, କଣ ରହିବ ଦିଗ ସେନେଇ ଚିତ୍ର ସ୍ପଷ୍ଟ ହୋଇନି । ଏନେଇ IMD ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।

•    ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
•    ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ
•    ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ 
•    ଆସନ୍ତାକାଲି ବେଳକୁ ଅବପାତର ରୂପ ନେବା ସମ୍ଭାବନା
•    ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟା ସମ୍ଭାବନା
•    ବାତ୍ୟାରେ ପରିଣତ ହେଲେ କଣ ରହିବ ଦିଗ, ସ୍ପଷ୍ଟ ହୋଇନି ଚିତ୍ର

Advertisment
Cyclonic Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ