Advertisment

ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ

କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର  ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥର ଭକ୍ତ ବଡ ଓଷାରେ ବାବାଙ୍କୁ ଦର୍ଶନ ତ କରିପାରିବେନି । ତା ସହ ଏହି ଦୁର୍ଲଭ ବେଶ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। […]

ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ

7am-bada-osa

Advertisment

କଟକ: ଆଜି କାର୍ତ୍ତିକ ମାସର ପବିତ୍ର ବଡ଼ ଓଷା। କଟକର ପ୍ରସିଦ୍ଧ ବାବା ଧବଲେଶ୍ୱରଙ୍କର  ହେବ ବହୁ ପ୍ରତିକ୍ଷିତ କିରାତଅର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ଦୁର୍ଲଭ ବେଶ ହେବାକୁ ଯାଉଛି। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଏଥର ଭକ୍ତ ବଡ ଓଷାରେ ବାବାଙ୍କୁ ଦର୍ଶନ ତ କରିପାରିବେନି । ତା ସହ ଏହି ଦୁର୍ଲଭ ବେଶ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।

Advertisment

ଭୋର୍ ୪ଟାରୁ ପହଡ଼ ଖୋଲାଯାଇ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି।  ପରେ ବାବାଙ୍କ ଏହି ବେଶ କରାଯାଇଛି। ତେବେ ଏଥର କିନ୍ତୁ ବାବାଙ୍କୁ କିରାତଅର୍ଜୁନ ବେଶରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ।

କାରଣ କୋଭିଡ୍ କଟକଣା ଥିବାରୁ ମନ୍ଦିର ବନ୍ଦ ରହିଛି। କେବଳ ମନ୍ଦିର ସେବାୟତଙ୍କୁ ନେଇ ଏହି ବେଶ କରାଯିବ। ଧବଳେଶ୍ୱର ମନ୍ଦିର ଓ ଅଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ