Advertisment

'ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେନି'

ପୁରୀ: ରଥଯାତ୍ରା ପରମ୍ପରାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ ତେବେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେ ନାହିଁ। ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। […]

'ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେନି'

puri

Advertisment

ପୁରୀ: ରଥଯାତ୍ରା ପରମ୍ପରାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ ତେବେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।

Advertisment

ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେ ନାହିଁ। ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। ତେଣୁ ରଥଯାତ୍ରାର ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।

ସେପଟେ ଐତିହାସିକଙ୍କ ମତରେ ଆଗରୁ ଶ୍ରୀମନ୍ଦିର ଭିତରେ ରଥଯାତ୍ରା ହୋଇଛି। ଏକରାମ୍ ଖାଁ ଶ୍ରୀମନ୍ଦିର ଆକ୍ରମଣ ସମୟରେ ମନ୍ଦିରର ଭୋଗ ମଣ୍ଡପରେ ରଥଯାତ୍ରା ସଂପନ୍ନ ହୋଇଥିବା କଥା ଇତିହାସ ଓ ମାଦଳପାଞ୍ଜିରେ ଉଲ୍ଲେଖ ଥିବା କହିଛନ୍ତି ଐତିହାସିକ ସୁରେନ୍ଦ୍ର ମିଶ୍ର।

Advertisment

ଏପଟେ ଶ୍ରୀକ୍ଷେତ୍ର ରଥଖଳାରେ ଜୋରସରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ। ମହାରଣା, ଭୋଇ, ରୂପକାର ଓ କମାର ସେବାୟତମାନେ ଏବେ କାମରେ ଲାଗିଥିବା ବେଳେ ତିନି ରଥର ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ