Advertisment

ପ୍ରଶାସନକୁ ଅପେକ୍ଷା ନ କରି ସଜାଡ଼ିଲେ ବିଦ୍ୟୁତ୍‌ ତାର, କାଟିଲେ ଗଛ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଆଉ ଯେଉଁ ସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ବିଦ୍ୟୁତ୍‌। ଏହି ସମସ୍ତ ସହରରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଯୁନ୍ଧକାଳୀନ ଭିତ୍ତିରେ କରାମତି କାମ ଚାଲିଛି। ଅନ୍ୟ ଅଞ୍ଚଳ କଥା ଛାଡ, ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନି। ରାସ୍ତା ଉପରେ ଏବେ ବି ପଡି ରହିଛି ଉପୁଡି ଯାଇଥିବା ଗଛ। […]

ପ୍ରଶାସନକୁ ଅପେକ୍ଷା ନ କରି ସଜାଡ଼ିଲେ ବିଦ୍ୟୁତ୍‌ ତାର, କାଟିଲେ ଗଛ

a2

Advertisment

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଆଉ ଯେଉଁ ସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ବିଦ୍ୟୁତ୍‌। ଏହି ସମସ୍ତ ସହରରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଯୁନ୍ଧକାଳୀନ ଭିତ୍ତିରେ କରାମତି କାମ ଚାଲିଛି।

Advertisment

ଅନ୍ୟ ଅଞ୍ଚଳ କଥା ଛାଡ, ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନି। ରାସ୍ତା ଉପରେ ଏବେ ବି ପଡି ରହିଛି ଉପୁଡି ଯାଇଥିବା ଗଛ। କାରଣ ସମସ୍ତେ ଅପେକ୍ଷା କରିଛନ୍ତି, କେତେବେଳେ ପ୍ରଶାସନ ଆସିବ ଗଛ କାଟିବ, ଭାଙ୍ଗି ଯାଇଥିବା ବିଦ୍ୟୁତ ଖୁଣ୍ଟ ଉଠାଇବ।

କିନ୍ତୁ, ଏପରି ବିପତ୍ତି ସମୟରେ ଭାବିବା ଦରକାର ଯେ,  ମିଳିମିଶି କାମ କଲେ ସମସ୍ୟାର ସମାଧାନ ଶିଘ୍ର କରିପାରିବା। ଆଉ ଏହା ପ୍ରମାଣିତ କରପାରିଛନ୍ତି ଖୋଦ୍ଧା ଜଟଣୀ କଣ୍ଟାବାଡ଼ ଅଞ୍ଚଳରେ କିଛି ସ୍ଥାନୀୟ ଯୁବକ। ବିପତ୍ତି ସମୟରେ ନିଜ କାମ ନିଜେ କରି ଅନ୍ୟ ପାଇଁ ଉଦାହାଣ ସୃଷ୍ଟି କରିଛନ୍ତି।

Advertisment

କଣ୍ଟାବାଡ ଅଞ୍ଚଳବାସୀ ଜାଣିପାରିଥିଲେ ଯେ, ତାଙ୍କ ଅଞ୍ଚଳକୁ  ବିଦ୍ୟୁତ୍‌ ଆସିବାରେ ନିଶ୍ଚୟ ଡେରି ହେବ। ଅନ୍ତତଃ ୧୫ ଦିନ ପୂର୍ବରୁ ନୁହେଁ। ତେଣୁ ସେମାନ ପ୍ରଶାସନ ଆସିବାକୁ ଅପେକ୍ଷା ନ କରି ନିଜେ କାମ କରିବାକୁ ଅଣ୍ଟା ଭିଡ଼ିଥିଲେ।

publive-image

ଅଞ୍ଚଳର କିଛି ଯୁବକ ନିଜ ଉଦ୍ୟମରେ ରାସ୍ତାରେ ପଡ଼ିଥିବା ଗଛ କାଟିବା ସହ ବିଦ୍ୟୁତ୍‌ ଖୁଣ୍ଟ ସବୁ ଉଠାଇ ଠିଆ କରାଇଲେ। କେବଳ ଖୁଣ୍ଟ ଉଠାଇ କାମ ଛାଡ଼ି ଦେଉ ନାହାନ୍ତି, ତାର ମଧ୍ୟ ଟାଣୁଛନ୍ତି। ଖରାକୁ ଖାତିର ନ କରି ସ୍ଥାନୀୟ କ୍ଲବ୍‌ର ଯୁବକ ଏକାଠି ହୋଇ ପାଖାପାଖି ୨୦ ଟି ବିଦ୍ୟୁତ୍‌ ଖୁଣ୍ଟକୁ ୨ରୁ ୩ ଦିନ ମଧ୍ୟରେ ସଜାଡ଼ିଛନ୍ତି।

Advertisment

publive-image

ସେତିକି ନୁହେଁ, ଘର, ରାସ୍ତା ଉପରେ ପଡ଼ିଥିବା ଗଛକୁ  ଆରିରେ କାଟି ସଫା କରିଛନ୍ତି। ଗାଁରେ ଯେଉଁମାନଙ୍କର ବିଦ୍ୟୁତ୍‌ ସଂଯୋଗ ବିଷୟରେ ଅଳ୍ପ ବହୁତ ଜ୍ଞାନ ଥିଲା,  ସେମାନେ ଏହି ସବୁ କାମ କରିବାକୁ ପ୍ରଥମେ ଆଗେଇ ଆସିଲେ। ଖୁଣ୍ଟ ସଜାଡ଼ି ସାରିଲା ପରେ ସ୍ଥାନୀୟ ଜେଇଙ୍କ ସହ ଯୋଗାଯୋଗ କରି ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରିବେ ବୋଲି ସ୍ଥାନୀୟ ବାସୀନ୍ଦା କହିଛନ୍ତି।

publive-image

ସ୍ଥାନୀୟ ସରପଞ୍ଚଙ୍କ କହିବା ଅନୁସାରେ, କ୍ଲବ୍‌ର ଯୁବକ ମାନେ ବାତ୍ୟା ପରଠାରୁ ୪ଟା ଗାଁରେ ନିଜେ ରୋଷେଇ କରି  କ୍ଷତିଗ୍ରସ୍ଥ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି।

ତେବେ ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଏମିତି ବାତ୍ୟା ଆସିବ।  ପ୍ରକୃତିର ଏହି ତାଣ୍ଡବକୁ ଆମେ ରୋକି ପାରିବା ନାହିଁ। କିନ୍ତୁ, ଏହା ପରେ ହୋଇଥିବା କ୍ଷତିକୁ ଭରଣା କରିବାକୁ ଯାଇ ଆମେ ସରକାର ବା ପ୍ରଶାସନ ଉପରେ ସବୁ ଦାୟିତ୍ୱ ନ ଛାଡ଼ି ନିଜେ ଏକ୍‌ଜୁଟ୍‌ ହୋଇ କାର୍ଯ୍ୟ କରି ପାରିଲେ ବିପତ୍ତି ଏତେ କଷ୍ଟ ଦେବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ