Small-girl
ମୁରାଦାବାଦ୍: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍ରେ ଅଚେତ୍ ଅବସ୍ଥାରେ ପଡ଼ିଥିବା ମାଆ ଓ ଭାଇ ପାଇଁ ଦୁଇ ବର୍ଷର ଶିଶୁ କନ୍ୟା ଆର୍ପିଏଫ୍ ଅଧିକାରୀଙ୍କୁ ଡାକି ଆଣିଲା ।
/odishatv-khabar/media/post_attachments/wp-content/uploads/2021/07/vlcsnap-error885.png)
ବୟସ ସିନା ଛୋଟ ହେଲେ ବୃଦ୍ଧି ପ୍ରଖର । ସେ ସବୁ କିଛି ଜାଣିଛି, ସବୁ କିଛି ବୁଝି ପାରୁଛି । ସେଥିପାଇଁ ତ, ନିଜେ କଷ୍ଟମଷ୍ଟେ ଚାଲି ମାଆ ପାଇଁ ଯୋଗାଡ଼ କରିଛି ଉଦ୍ଧାରକାରୀ ଟିମ୍ । ଦୁଇ ବର୍ଷର ଏହି କୁନି ଝିଅ ପାଇଁ ଆଜି ତା ମାଆ ଆଉ ୬ ମାସର ଭାଇକୁ ମିଳିଛି ନୂଆ ଜୀବନ ।
/odishatv-khabar/media/post_attachments/wp-content/uploads/2021/07/vlcsnap-error380.png)
ଉତ୍ତରପ୍ରଦେଶ ମୁରାଦାବାଦ୍ର ରେଳ ଷ୍ଟେସନ୍ରେ ହଠାତ୍ କୁନି ଝିଅଟି ଆସି ଡ୍ୟୁଟିରେ ଥିବା ଆର୍ପିଏଫ୍ କର୍ମଚାରୀଙ୍କୁ କିଛି ଇସାରା କରିଥିଲା । ତା ଛଳଛଳ ଆଖି ଯେପରି ଅନେକ କିଛି କଥା କହି ଯାଉଥିଲା । ତେଣୁ କାଳ ବିଳମ୍ବ ନକରି ଆର୍ପିଏଫ୍ ଅଧିକାରୀ ତା ସହ ଚାଲିଥିଲେ । ଆଉ ସେ ବି ତାଙ୍କୁ ବାଟ କଢ଼ାଇ ନେଉଥିଲା । ଷ୍ଟେସନ୍ରେ ଫୁଟ୍ ଓଭରବ୍ରିଜ୍ରେ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ ମହିଳା ଜଣକ । ପାଖରେ ଅନ୍ୟ ଏକ କୁନି ଛୁଆ ଚଟାଣରେ ଲୋଟୁଥିଲା । ଏହି ଘଟଣା ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଡକାଇଥିଲେ ଆର୍ପିଏଫ୍ । ମାଆ ସହ ଦୁଇ ଛୁଆକୁ ହସ୍ପିଟାଲ୍ରେ ଚିିକିତ୍ସା ପାଇଁ ପଠାଯାଇଥିଲା । ଏବେ ମାଆ, ଝିଅ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error264.png)
ଟ୍ରେନ୍ରେ ଦୁଇ ଛୁଆକୁ ଧରି ଯିବା ବେଳେ କିଛି ଖାଦ୍ୟ ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ପରିସ୍ଥିତି ଏପରି ହେଲା କି ଫୁଟ୍ ଓଭର ବ୍ରିଜ୍ ଉପରେ ହିଁ ସେ ଅଚେତ୍ ହୋଇପଡ଼ିଥିଲେ । ତାଙ୍କ ପରିଚୟ ଏବେ ଖୋଜିବା ସହ ମାମଲାର ତଦନ୍ତ ହେଉଛି । ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ ଏବେ ବିଭିନ୍ନ ମହଲରୁ କୋମଳମୟୀର କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଏତେ ଛୋଟ ବୟସରେ ବି ସେ ମାଆ ଓ ଭାଇ ପାଇଁ ଭୟ, ବାଧା-ବନ୍ଧନକୁ ଏଡ଼ାଇ ପାରିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Small-girl_1625499873.jpg)