Advertisment

Likes Over Life: ଲାଇକ୍ସ, ଭିଉଜ୍ ପାଇଁ କିଛି ବି...ଭୟଙ୍କର ରିଲ୍ସ ନିଶା, ଭାଇରାଲ ହେବାକୁ ଜୀବନକୁ ବାଜି

ଲାଇକ୍ସ, ଭିଉଜ୍ ପାଇଁ ଜୀବନକୁ ବାଜି । ଭୟଙ୍କର ରିଲ୍ସ ନିଶା । ଚଳନ୍ତା ଗାଡିରେ ବିପଦପୂର୍ଣ୍ଣ ରିଲ୍ସ । ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ନିଶାରେ ଜୀବନକୁ ବି ଭୁଲି ଯାଉଛନ୍ତି ଯୁବପିଢି । ରିଲ୍ସ ପାଇଁ ବାଜିରେ ଲଗାଉଛନ୍ତି ଜୀବନ ।

BHUBANESWAR-REELS

BHUBANESWAR-REELS Photograph: (OTV)

Advertisment

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ନିଶାରେ ଜୀବନକୁ ବି ଭୁଲି ଯାଉଛନ୍ତି ଯୁବପିଢି । ରିଲ୍ସ ପାଇଁ ବାଜିରେ ଲଗାଉଛନ୍ତି ଜୀବନ । ଆଉ ଜୀବନଠୁ ବଡ଼ ହେଉଛି ଲାଇକ୍ସ, ଭିଉଜ୍ । ରିଲ୍ସ ନିଶାରେ ରାଜରାସ୍ତାରେ କରୁଛନ୍ତି ଉତ୍ପାତ । ଚଳନ୍ତା ଗାଡିରେ ବିପଦପୂର୍ଣ୍ଣ ଭାବେ ରିଲ୍ସ କରୁଛନ୍ତି ଯୁବକ ଜଣକ । ଏ ଘଟଣା ଭୁବନେଶ୍ବର ରାଜରାସ୍ତାର । 

Advertisment

ଚଳନ୍ତା ଗାଡିରେ ରିଲ୍ସ

ହାଇୱେରେ ଫୁଲ୍‌ ସ୍ପିଡ୍‌ରେ ଗଡୁଛି ଦାମୀ ଗାଡି । ଆଉ ଚଳନ୍ତା ଗାଡି ଭିତରୁ ବାହାରି ମୋବାଇଲରେ ଭିଡିଓ ବନାଉଛନ୍ତି ଯୁବକ । ପଛରେ ଆସୁଛି ଗୋଟିଏ ଥାର୍ ଓ ସ୍କର୍ପିଓ । ଥରେ ଭାବନ୍ତୁ, ଯଦି ସାମାନ୍ୟ ଅସାବଧାନତାବଶତଃ ଯୁବକ ଜଣକ ଗାଡିରୁ ଖସିପଡନ୍ତି ତାହେଲେ ଅବସ୍ଥା କ'ଣ ହେବ ? 

ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଖଣ୍ଡଗିରି ଥାନା ସହାୟତାରେ ଆକ୍ସନ ନେଇଛନ୍ତି ଭୁବନେଶ୍ବର ଆରଟିଓ । ମୋଟର ଯାନ ଆଇନ ଅନୁସାରେ ଗାଡ଼ିକୁ ଅଟକ ରଖାଯିବା ସହ ଜରିମାନା ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ ।

Advertisment

କିଛିଦିନ ତଳେ ସୁନ୍ଦରଗଡ ଜିଲ୍ଲାରେ ପୋଲ ତଳକୁ ଜଣେ ଖସି ଯୁବକଙ୍କ ମୃତ୍ୟୁ ହୋଇଥିଲା । ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ଏନଏଚ୍ ୫୨୦ ପୋଲ ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଥିଲେ ଉତ୍ତରପ୍ରଦେଶ ଚପକି ଥାନା ଅଞ୍ଚଳର ସୁରେଶ କୁମାର।

ସୁରେଶ ରାଉରକେଲାରୁ କୋଇଡ଼ା ଅଭିମୁଖେ ଏକ ୧୮ ଚକିଆ ଟ୍ରକ୍ ନେଇ ଆସୁଥିଲେ। କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ପୋଲ ନିକଟରେ ଅଟକି ଥିଲେ । ଏହା ପରେ ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ରିଲ୍ସ କରିଥିଲେ। ହେଲେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ସେ ପୋଲ ତଳକୁ ପଡି ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା । ଅପରାହ୍‌ଣରେ କିଛି ଲୋକ ପୋଲ ତଳେ କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। 

Advertisment

Police Youth Action
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ