Advertisment

Land Dispute Sparks Tension: ଜମିଜମା ମାମଲାକୁ ନେଇ ପୁଣି ଅଶାନ୍ତି; ମୁହାଁମୁହିଁ ପ୍ରଶାସନ ଏବଂ ଗ୍ରାମବାସୀ

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମିଜମା ମାମଲାକୁ ନେଇ ପୁଣି ଅଶାନ୍ତି ଦେଖାଦେଇଛି। ଜମି ସୀମା ନିର୍ଦ୍ଧାରଣକୁ ନେଇ ଗଣ୍ଡଗୋଳ। ପ୍ରଶାସନ-ଜନତା ମୁହାଁମୁହିଁ। ପୁଣି ଅଶାନ୍ତ ହେଲା ଯାଜପୁର କଳିଙ୍ଗନଗର। ଟାୟାର ଜାଳି ରାସ୍ତାରୋକ କଲେ ଲୋକେ।

Land Dispute Sparks Tension

ଜମିଜମା ମାମଲାକୁ ନେଇ ପୁଣି ଅଶାନ୍ତି Photograph: (OTV)

Advertisment

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମିଜମା ମାମଲାକୁ ନେଇ ପୁଣି ଅଶାନ୍ତି ଦେଖାଦେଇଛି। ମୁହାଁମୁହିଁ ହୋଇଛନ୍ତି ପୋଲିସ ପ୍ରଶାସନ ଓ ସ୍ଥାନୀୟଲୋକେ। ଯଖପୁରା ଥାନା ମନୋହରପୁର ଅଞ୍ଚଳରେ ଏକ ଜମିର ସିମା ନିର୍ଦ୍ଧାରଣକୁ ନେଇ ଆଜି ପୋଲିସ ଓ ସ୍ଥାନୀୟ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। 

Advertisment

ତହସିଲ ପ୍ରଶାସନ ପକ୍ଷରୁ ଆଜି ଜମି ମାପଚୁପ କରାଯାଉଥିବା ସମୟରେ ବିରୋଧ କରିଥିଲେ ଲୋକେ। ସୂଚନା ମୁତାବକ ଏକ ବ୍ୟକ୍ତିଗତ ଜମିର ସୀମା ଚିହ୍ନଟ ପାଇଁ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ଭୂମିହୀନ ଲୋକଙ୍କୁ ଏହି ଜମି ବହୁବର୍ଷ ପୂର୍ବେ ସରକାର ଦେଇଥିଲେ।
ଏଥିସହିତ ବହୁଦିନ ପୂର୍ବରୁ ଚଞ୍ଚକତା କରାଯାଇ ଉକ୍ତ ଜମିକୁ କମ୍ ଦରରେ କିଛି ଲୋକ କିଣି ନେଇଥିବା ଗ୍ରାମବାସୀ ଅଭିଯୋଗ କରି ବିରୋଧ କରିଛନ୍ତି। ଘଟଣାକୁ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

  • ଜମି ସୀମା ନିର୍ଦ୍ଧାରଣକୁ ନେଇ ଗଣ୍ଡଗୋଳ
  • ପ୍ରଶାସନ-ଜନତା ମୁହାଁମୁହିଁ
  • ପୁଣି ଅଶାନ୍ତ ହେଲା ଯାଜପୁର କଳିଙ୍ଗନଗର
  • ଟାୟାର ଜାଳି ରାସ୍ତାରୋକ କଲେ ଲୋକେ
Advertisment
Land Dispute Jajpur Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ