Advertisment

Lakhs of Fish: ପାଣିରେ ଭାସୁଛନ୍ତି ଲକ୍ଷ ଲକ୍ଷ ମାଛ , ଡଙ୍ଗାରେ ପାହାଡ଼ ଭଳି ଗଦା ହୋଇଛି

ଲକ୍ଷ୍ୟ ଥିଲା ଦି ପଇସା ରୋଜଗାର ହେବ, ଗୁଜୁରାଣ ମେଣ୍ଟେଇବା ସହ ନିଜେ ସ୍ବାବଲମ୍ବୀ ହେବେ। କିନ୍ତୁ ଦାଉ ସାଧିଲା କଳ କାରଖାନାର କେମିକାଲ ପାଣି। କିଛି ମାଛ ବିକ୍ରି କରିଥିବା ବେଳେ ଆଉ ବାକିଥିବା ସବୁ ବଡ଼ ବଡ଼ ମାଛ ଏକାସାଙ୍ଗରେ ମରିଗଲେ।

BLS-Machha-Madaka

BLS-Machha-Madaka Photograph: (OTV)

Advertisment

ପାଣିରେ ଭାସୁଛନ୍ତି ଲକ୍ଷ ଲକ୍ଷ ମାଛ। କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛଙ୍କ ଏକାଠି ମୃତ୍ୟୁ ହୋଇଥିବାରୁ ଚାଷୀ ମୁଣ୍ଡରେ ପଡ଼ିଛି ଚଡକ।  ଅନୁଗୁଳ ଜିଲ୍ଲାର ପରଙ୍ଗ ଡ୍ୟାମ । ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଲିଜରେ ନେଇ ପରଙ୍ଗ ଗାଁର 12ଜଣ ମହିଳା ବ୍ରାହ୍ମଣୀ ଦେବୀ ସ୍ଵୟଂ ସହାୟକ ଗୋଷ୍ଠୀ କରି ପରଙ୍ଗ ଡ୍ୟାମରେ ଲକ୍ଷ ଲକ୍ଷ ଟଙ୍କାର ମାଛ ଜାଆଁଳ ଛାଡ଼ିଥିଲେ। ଲକ୍ଷ୍ୟ ଥିଲା ଦି ପଇସା ରୋଜଗାର ହେବ, ଗୁଜୁରାଣ ମେଣ୍ଟେଇବା ସହ ନିଜେ ସ୍ବାବଲମ୍ବୀ ହେବେ। କିନ୍ତୁ ଦାଉ ସାଧିଲା କଳ କାରଖାନାର କେମିକାଲ ପାଣି। କିଛି ମାଛ ବିକ୍ରି କରିଥିବା ବେଳେ ଆଉ ବାକିଥିବା ସବୁ ବଡ଼ ବଡ଼ ମାଛ ଏକାସାଙ୍ଗରେ ମରିଗଲେ। ଫଲରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ମଡ଼କ ଦେଖି ମହିଳା ମାନେ ସ୍ବାବଲମ୍ବୀ ହେବା ପରିବର୍ତେ ଏବେ ତାଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ।

Advertisment



ପରଙ୍ଗ ଡ୍ୟାମ ନିକଟରେ ଥିବା ଏକ ଘରୋଇ ଇସ୍ପାତ କମ୍ପାନୀର କାରଖାନା ରହିଛି। ସେଠାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ କେମିକାଲକୁ ଡ୍ୟାମ ପାଣିରେ ଛାଡ଼ିବା ଦ୍ବାରା ମାଛ ମରୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ।  ଡଙ୍ଗାରେ ପାହାଡ଼ ଭଳି ଗଦା ହୋଇଛନ୍ତି ମଲା ମାଛ ଯାହାକୁ ନଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । କେବଳ ଗାଁର ମହିଳାମାନେ ଯେ କ୍ଷତି ସହିଛନ୍ତି ତାହା ନୁହଁ ଡ୍ୟାମରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକେ ମଧ୍ୟ ଏହି ମାଛ ମଡକକୁ ନେଇ ଭାଙ୍ଗି ପଡିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ