Advertisment

ସାରୁଅ ଶିଳ୍ପାଞ୍ଚଳରୁ କାହିଁକି ହଜିଯାଉଛି ଶିଳ୍ପ ?

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନର ଶିଳ୍ପାଞ୍ଚଳ ଥିଲା ସାରୁଅ । ୨୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୭ରେ ଖୋର୍ଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାରୁଅରେ ପଡିଥିଲା ଶିଳ୍ପ ଭିତ୍ତିଭୂମି। ୨୦ରୁ ଅଧିକ ଶିଳ୍ପସଂସ୍ଥା ବି ଏଠାରେ କାରବାର ଆରମ୍ଭ କରିଥିଲେ । ତେବେ ପ୍ରୋତ୍ସାହନ ଅଭାବରୁ ଏଠାରେ ଆରମ୍ଭ ହୋଇଥିବା ଅଧିକାଂଶ ଶିଳ୍ପନୁଷ୍ଠାନରେ ଏବେ ତାଲା ଝୁଲୁଛି। କଞ୍ଚାମାଲ ଅଭାବ ଓ ସ୍ଥାନୀୟ ଅଞ୍ଚଳର କିଛି ଖଳ ପ୍ରକୃତିର ଲୋକ ନିୟମିତ ବିଶୃଙ୍ଖଳା […]

ଅଦ୍ୟତନ ହୋଇଛି
ସାରୁଅ ଶିଳ୍ପାଞ୍ଚଳରୁ କାହିଁକି ହଜିଯାଉଛି ଶିଳ୍ପ ?

sarua

Advertisment

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନର ଶିଳ୍ପାଞ୍ଚଳ ଥିଲା ସାରୁଅ । ୨୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୭ରେ ଖୋର୍ଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାରୁଅରେ ପଡିଥିଲା ଶିଳ୍ପ ଭିତ୍ତିଭୂମି। ୨୦ରୁ ଅଧିକ ଶିଳ୍ପସଂସ୍ଥା ବି ଏଠାରେ କାରବାର ଆରମ୍ଭ କରିଥିଲେ । ତେବେ ପ୍ରୋତ୍ସାହନ ଅଭାବରୁ ଏଠାରେ ଆରମ୍ଭ ହୋଇଥିବା ଅଧିକାଂଶ ଶିଳ୍ପନୁଷ୍ଠାନରେ ଏବେ ତାଲା ଝୁଲୁଛି। କଞ୍ଚାମାଲ ଅଭାବ ଓ ସ୍ଥାନୀୟ ଅଞ୍ଚଳର କିଛି ଖଳ ପ୍ରକୃତିର ଲୋକ ନିୟମିତ ବିଶୃଙ୍ଖଳା ସୃଷ୍ଟି କରିବାରୁ ଏଠାରେ କାର୍ଯ୍ୟ କରିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଶିଳ୍ପସଂସ୍ଥା। ଏବେ ପୁଣି ନବୀନ ସରକାର ନିଜ ଗୋଡ଼ରେ କୁରାଢୀ ମାରିବା ସହ ଓଟିଭି ଭଳି ପେଶାଦାର ସଂସ୍ଥାର ସାରୁଅ ପ୍ରୋଜେକୁ ବନ୍ଦ କରିଦେବା ଲାଗି ହୀନ ଉଦ୍ୟମ କରୁଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନମଣ୍ଡଳୀରେ ରହିଛି ସାରୁଅ ଶିଳ୍ପାଞ୍ଚଳ । ଆଶା ଥିଲା ରାଜ୍ୟର ଶିଳ୍ପ ବିକାଶରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀ ବାହାର ରାଜ୍ୟକୁ କାମ ଖୋଜିବାକୁ ନ ଯାଇ ଏଠାରେ ନିଯୁକ୍ତି ପାଇବେ । ମାତ୍ର ୨୩ ବର୍ଷ ପରେ କେତେ ପୂରଣ ହୋଇଛି ସ୍ୱପ୍ନ ?

ଦେଖିବାକୁ ମିଳିଛି, ଏଠାରେ ଶିଳ୍ପ ଚାରିପଟେ ମାଡିଗଲାଣି ଜଙ୍ଗଲ ।  ଖୋଲିଥିବା ଅଧିକାଂଶ ଶିଳ୍ପସଂସ୍ଥା ଗେଟରେ ଝୁଲୁଛି ତାଲା ।ଶ୍ରମିକ ଆସୁନାହାନ୍ତି କି ଶିଳ୍ପ ଉତ୍ପାଦନ ବି ହେଉ ନାହିଁ । କାରଣ ହେଉଛି ସରକାରୀ ପ୍ରୋତ୍ସାହନର ଅଭାବ। ସରକାର ସାରୁଅ ଭଳି ଶିଳ୍ପାଞ୍ଚଳ ଆରମ୍ଭ ତ କରିଦେଉଛନ୍ତି, ତାହା କେମିତି ଆଗକୁ ବଢିବ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି।

Advertisment

କଞ୍ଚାମାଲ ଓ ଅନ୍ୟାନ୍ୟ ଅନୁସଙ୍ଗିକ ସୁବିଧା ଅଭାବରୁ ଏଠାରେ ଖୋଲିଥିବା ୨୦ରୁ ଅଧିକ ଶିଳ୍ପ ମଧ୍ୟରୁ ଅଧିକାଂଶ ରୁଗଣ ଅବସ୍ଥାରେ। ସାରୁଅରେ ଶିଳ୍ପ ବନ୍ଦ ହୋଇଯିବାର ଅନ୍ୟ ଏକ କାରଣ ହେଉଛି ଆଇନଶୃଙ୍ଖଳା ପରିସ୍ଥିତି । ଏଠିକାର କିଛି ଖଳ ପ୍ରବୃତ୍ତିର ଲୋକ ଶିଳ୍ପସଂସ୍ଥା ମାଲିକଙ୍କୁ ନିୟମିତ ଧମକଚମକ ଦେଉଥିବା ଅଭିଯୋଗ ମଧ୍ୟ ହୋଇଆସୁଛି । ଫଳରେ ସାରୁଅ ଶିଳ୍ପାଞ୍ଚଳ ସ୍ୱପ୍ନ ଏବେ ଦୁଃସ୍ୱପ୍ନରେ ପରିଣତ ହେବାକୁ ବସିଲାଣି।

ଏଠାରେ ଚାଲିଥିବାଓଟିଭି ଷ୍ଟୁଡିଓକୁ ବନ୍ଦ କରିଦେବାକୁ ଚକ୍ରାନ୍ତ ଚାଲିଛି। ୧୮ ଦିନ ହେଲା ଷ୍ଟୁଡିଓ ଆଗରେ ଠିକା ଶ୍ରମିକଙ୍କ ଆନ୍ଦୋଳନ ଚାଲିଛି। ଷ୍ଟୁଡିଓ ଗେଟ୍ ଆଗରେ ଏମିତି ଧାରଣାରେ ବସିଛନ୍ତି ଠିକା ଶ୍ରମିକ । ଚାକିରୀ ସ୍ଥାୟୀ କରିବା ଓ ଦରମା ବଢାଇବା ଦାବି କରି ଏମାନେ ଆନ୍ଦୋଳନ କରୁଥିବା କହୁଛନ୍ତି ।

Advertisment

ତେବେ ପ୍ରକୃତ କଥା କିନ୍ତୁ ଅଲଗା ଏମାନେ ସ୍ୱଇଚ୍ଛାରେ ବସିନାହାନ୍ତି । ବରଂ ପ୍ରାୟୋଜିତଭାବେ ଏମାନଙ୍କୁ ଏଠାରେ ବସାଯାଇଛି ।ଫଳରେ ୧୮ ଦିନ ହେଲା ଷ୍ଟୁଡିଓ ପରିସରରେ ସମସ୍ତ କାମ ଠପ୍। ଭିତରେ ଥିବା କର୍ମାଚାରୀ ବି ବାହରକୁ ଆସିନପାରି ଗୃହବନ୍ଦୀ ଭଳି ରହିଛନ୍ତି । ଏହାଦ୍ୱାରା କଂପାନି ତ କ୍ଷତିଗ୍ରସ୍ତ ହେଉଛି, ତାସହିତ ଓଟିଭି ଓ ତରଙ୍ଗ ଚ୍ୟାନେଲର ବିଭିନ୍ନ କାଯ୍ୟକ୍ରମରେ ନିୟୋଜିତ କଳାକାର, ଟେକ୍‌ନିସିଆନ ଓ ଅନ୍ୟ ପେସାଦାରଙ୍କ ଜୀବନଜୀବୀକା ବି ଅଟକି ଯାଇଛି ।

ସେପଟେ ପୋଲିସ ହେଉ କି ପ୍ରଶାସନ, ସମସ୍ତେ ସବୁ ଜାଣି ଅଜଣା ବୋଲି ବ୍ୟବହାର କରୁଛନ୍ତି । ଫଳରେ ଓଟିଭି ଓ ତରଙ୍ଗ ଚ୍ୟାନେଲ ସହ ଜଡିତ ହଜାର ହଜାର ଲୋକଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ତେବେ ଏନେଇ ପୋଲିସ, କିମ୍ବା ଜିଲ୍ଲା ପ୍ରଶାସନ କେହି ବି ମୁହଁ ଖୋଲିବାକୁ ନାରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ