Advertisment

କରୋନା ବେଳେ ଶ୍ରମିକ ଚାଲାଣ!

କୋରାପୁଟ : କରୋନା କାଳରେ ହେଉଛି ଶ୍ରମିକ ଚାଲାଣ। ଶ୍ରମିକଙ୍କୁ ଏକ ଘରୋଇ ବସରେ ତାମିଲନାଡୁ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ। ଗାଁର ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ବସ ତାମିଲନାଡୁ ତିରୂଚୁର ଜିଲ୍ଲାର ଏକ ଘରୋଇ ସୂତାମିଲକୁ  ଯାଉଥିଲା। ତେବେ ବସଟି ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିସିଂହପୁର ଥାନା ପୁଲିସ ବସକୁ ଅଟକାଇ ଘଟଣାର ଯାଞ୍ଚ କରିବାରୁ […]

କରୋନା ବେଳେ ଶ୍ରମିକ ଚାଲାଣ!

Labour

Advertisment

କୋରାପୁଟ : କରୋନା କାଳରେ ହେଉଛି ଶ୍ରମିକ ଚାଲାଣ। ଶ୍ରମିକଙ୍କୁ ଏକ ଘରୋଇ ବସରେ ତାମିଲନାଡୁ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ କାଠରଗଡା ପଞ୍ଚାୟତର ନୂଆଗୁଡା ଗାଁରେ। ଗାଁର ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ବସ ତାମିଲନାଡୁ ତିରୂଚୁର ଜିଲ୍ଲାର ଏକ ଘରୋଇ ସୂତାମିଲକୁ  ଯାଉଥିଲା। ତେବେ ବସଟି ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିସିଂହପୁର ଥାନା ପୁଲିସ ବସକୁ ଅଟକାଇ ଘଟଣାର ଯାଞ୍ଚ କରିବାରୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

Advertisment

ଏ ନେଇ  ବିସିଂପୁର ଥାନା ପୁଲିସ ଜିଲ୍ଲା ଶ୍ରମ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଓ ବୋରିଗୁମ୍ମା ଏସ୍‌ଡିପିଓ ପହଞ୍ଚିଥିଲେ ଓ ଶ୍ରମିମାନଙ୍କୁ ପଚରା ଉଚରା କରିଥିଲେ। ଅଟକ ୧୮ ଜଣ ଶ୍ରମିକଙ୍କ ମଧ୍ୟରେ ବୋରିଗୁମ୍ମା ବ୍ଲକରୁ ୧୫, ନବରଙ୍ଗପୁର ଜିଲ୍ଲାରୁ ୨ଜଣ ଏବଂ କଳାହାଣ୍ଡିରୁ ଜଣେ ଶ୍ରମିକ ରହିଛନ୍ତି।

ତେବେ ଓଡିଶାରେ କାମ ନ ମିଳୁଥିବାରୁ ଶ୍ରମିକମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଉଥିବା ଜଣାପଡିଛି। ଶ୍ରମିକଙ୍କ କହିବା କଥା ତାମିଲନାଡୁରେ ରହି କାମ କରୁଥିଲେ। ପୂର୍ବରୁ ମହାମାରୀ କାରଣରୁ ଘରକୁ ଫେରିଆସିଥିଲେ। ବର୍ତ୍ତମାନ କାମଧନ୍ଦା ନ ଥିବାରୁ ଚଳିବାରେ ଅସୁବିଧା ହେତୁ ସେମାନେ ପୁନର୍ବାର ଯିବାକୁ ବାହାରିଛନ୍ତି। ସରକାର ଯଦି ସେମାନଙ୍କ ଚଳିବା ବ୍ୟବସ୍ଥା କରିବେ ତେବେ ସେମାନେ ବାହାରକୁ ଯିବେ ନାହିଁ ବୋଲି କହିଛନ୍ତି।

Advertisment

ସମସ୍ତ ଶ୍ରମିକ ବିନା ଲାଇସେନ୍ସ ଓ ବିନା କୋଭିଡ ଟେଷ୍ଟରେ ଚାଲାଣ ହେଉଥିବାବେଳେ ସେମାନଙ୍କର ଟେଷ୍ଟ ପରେ ଛଡ଼ାଯିବ ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ। ସେପଟେ ସମସ୍ତ ଡକୁମେଣ୍ଟ ଯାଞ୍ଚ ପରେ ବସ୍‌ଟିକୁ ଥାନାରୁ ଛଡ଼ାଯିବ ବୋଲି କହିଛନ୍ତି ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ