Bargarh Dhanu Yatra Photograph: (OTV)
କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି। ସେପଟେ କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଆଉ ଯଶୋଦା କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି। ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଛନ୍ତି ମଥୁରା ବାସୀ ଓ ଦର୍ଶକ।
ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ନଗର ଭ୍ରମଣରେ ବାହାରି ପ୍ରଜାଙ୍କ ସୁଖ ଦୁଃଖ ବୁଝିଛନ୍ତି ଆଉ ନୀୟମ ମାନୁ ନ ଥିବା ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଛନ୍ତି। ଏହା ସହ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ବିଧାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକମଣ୍ଡପ ପଡ଼ିଆଠାରେ ଦର୍ଶକଙ୍କ ମନରଂଜନ ପାଇଁ ରଂଗମହଲର ଉଦ୍ଘାଟନ ହୋଇଛି। ମହାରାଜ କଂସ ରାଜଦରବାରକୁ ଫେରି ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୂର୍ମିଳାସୁରକୁ ହତ୍ୟା କରିଛନ୍ତି।
ଧନୁଯାତ୍ରାର ଦ୍ୱିତୀୟ ଦିନରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିବାବେଳେ କାରାଗାରର ସମସ୍ତ ଦ୍ୱାର ଆପେ ଆପେ ଖୋଲିଯାଇଛି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ବାହାରି ପଡ଼ିଛନ୍ତି ଗୋପପୁରକୁ । ଠିକ ଏତିକି ବେଳେ ମହାରାଜ କଂସଙ୍କ ପିତା ଉଗ୍ରସେନ କଟୁଆଳ ସାଜି ବସୁଦେବଙ୍କ ପଥ ଓଗାଳି ଥିବାବେଳେ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ଏବଂ ପଥ ଛାଡ଼ିଦେଇଛନ୍ତି। ବସୁଦେବ ଯମୁନା ପାରି ହୋଇ ନନ୍ଦଭବନରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଶିଶୁକନ୍ୟା ସହ ମଥୁରା ନଗରୀକୁ ଫେରିଛନ୍ତି।
ଧନୁଯାତ୍ରାର ତୃତୀୟ ଦିନରେ ମହାରାଜ କଂସ ଶ୍ୟାମେଶ୍ଵର ମହାଦେବଙ୍କ ଦର୍ଶନ ସହ ବିଜୁଳି କନ୍ୟାର ଶୂନ୍ୟବାଣୀ, ନାରଦଙ୍କ ପରାମର୍ଶ କ୍ରମେ କଂସଙ୍କ ଦ୍ଵାରା ଗୋପପୁରକୁ ପୁତନା ରାକ୍ଷସୀଙ୍କ ସହ ଷଡ ମଲ୍ଲ ପ୍ରେରଣ, ଅନ୍ୟପଟେ ଗୋପପୁରରେ କୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ସହ ଗୋପପୁର ଯାତ୍ରା ଆରମ୍ଭ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/27/bargarh-dhanu-yatra-2025-12-27-09-46-27.jpg)