Advertisment

Koraput’s Desi Chicken: କୋରାପୁଟର ଦେଶୀ ଚିକେନ୍, ମଟନଠୁ ଦର ଅଧିକ କିନ୍ତୁ ଟେଷ୍ଟରେ ବେଷ୍ଟ

ବ୍ରଏଲର୍ ନୁହେଁ ଆଜ୍ଞା ଇଏ ପିଓର୍ ଦେଶୀ। ଝରଣା କୂଳରେ ବସି ଗରମ ଗରମ କୋରାପୁଟିଆ ଦେଶୀ କୁକୁଡ଼ା ଖାଇବାର ମଜା କାହିଁକି କହୁଛନ୍ତି ଆଜ୍ଞା। ୟା ଆଗରେ ପରା ଖାସୀ ମଟନ ଝୋଳ ଫେଲ୍ ମାରୁଛି।

Koraput Hen

Koraput Hen Photograph: (OTV)

Advertisment

ବାଜୁଛି ଗୀତ, ଚାଲିଛି ମଜା ଆଉ ଏପଟେ କଷା ଚାଲିଛି ଚିକେନ୍। ବ୍ରଏଲର୍ ନୁହେଁ ଆଜ୍ଞା ଇଏ ପିଓର୍ ଦେଶୀ। ଝରଣା କୂଳରେ ବସି ଗରମ ଗରମ କୋରାପୁଟିଆ ଦେଶୀ କୁକୁଡ଼ା ଖାଇବାର ମଜା କାହିଁକି କହୁଛନ୍ତି ଆଜ୍ଞା। ୟା ଆଗରେ ପରା ଖାସୀ ମଟନ ଝୋଳ ଫେଲ୍ ମାରୁଛି। ଏବେ କୋରାପୁଟରେ ଚାଲିଛି ପିକନିକ୍ ସିଜନ୍। ଆଉ ପିକିନିକ୍ ସ୍ପଟରେ ପର୍ଯ୍ୟଟକଙ୍କୁ ହେଉଛି ଦେଶୀ ଚିକେନ ଫିବର।

Advertisment

ମଟନଠାରୁ ଅଧିକ ଦର ଥିଲେ ମଧ୍ୟ ସେମାନଙ୍କ ପ୍ରଥମ ପସନ୍ଦ ପାଲଟିଛି କୋରପୁଟିଆ ଦେଶୀ ଚିକେନ୍। ଆଉ ବଣଭୋଜି ପାଇଁ ସେମାନେ ଗାଁ ଗାଁ ବୁଲି ସଂଗ୍ରହ କରୁଛନ୍ତି ଦେଶୀ କୁକୁଡ଼ା। ଆଉ ଖାଇବା ପରେ କହୁଛନ୍ତି, କୋରାପୁଟର ଦେଶୀ ଚିକେନ୍ ଓଃ କି ଟେଷ୍ଟ୍‌ ।

ପିକନିକ ସିଜିନ ଚାଲିଥିବାରୁ ଏବେ ଡିମାଣ୍ଡ ଚାଲିଛି କୋରାପୁଟିଆ ଦେଶୀ କୁକୁଡ଼ା ଦେଶୀ କୁକୁଡ଼ା। ଏହାରି ଉପରେ ଆଦିବାସୀଙ୍କ ନିଆରା ପୁଷ ପରବ। ତେଣୁ ଶୀତୁଆ ସକାଳୁ ହାଟରେ ପସରା ମେଲୁଛି ଶହ ଶହ ଦେଶୀ କୁକୁଡ଼ା। ଏହାରି ମଧ୍ୟରେ ଦର ମଧ୍ୟ ଢ଼େର୍ ବଢି ଯାଇଛି।

Advertisment

ରେଟ୍ ଫରକ ପଡୁନି

ଗୋଟେ ଗୋଟେ କୁକୁଡ଼ା 800 ରୁ 1000 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ହେଲେ ସତେ ଯେମିତି ଗରାଖଙ୍କୁ ପଡ଼ୁନି ଫରକ୍। କାରଣ କୁକୁଡ଼ା କିଣିବାକୁ ଲାଗୁଛି ପ୍ରବଳ ଭିଡ଼। ଆଉ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସବୁ ଜାଗାରେ ବଣଭୋଜିର  ଆକର୍ଷଣ ପାଲଟିଛି ଦେଶୀ ଚିକେନ୍ ଆଇଟମ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମାଳଭୂମି କୋରାପୁଟର ସୌନ୍ଦର୍ଯ୍ୟ। ଜିଲ୍ଲାରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ଥଣ୍ଡା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନୋରମ ଶୀତୁଆ ପରିବେଶର ମଜା ଉଠାଇବା ଲାଗି ଏଠାକୁ ଛୁଟୁଛନ୍ତି ପର୍ଯ୍ୟଟକ। ଗୁପ୍ତେଶ୍ଵର, ଦେଓମାଳି, ତୁଡ଼ୁମା, ତଳମାଳି ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳରେ ଏବେ ନାହିଁ ନ ଥିବା ଭିଡ଼। 

Advertisment

ବଣ ଭୋଜିର ସାନ୍ ପାଲଟିଛି କୋରାପୁଟିଆ ଦେଶୀ ଚିକେନ୍। ଆଉ ସଭିଏଁ କହୁଛନ୍ତି କୋରାପୁଟ ଆସି ଦେଶୀ କୁକୁଡ଼ା ନଖାଇଲେ ବୁଲା ରହିଯିବ ଅଧୁରା ।  

Koraput Picnic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ