KALA-HALADI Photograph: (OTV)
କୋରାପୁଟର କଫି ସମସ୍ତଙ୍କୁ କିମିଆ କରିଥିବା ବେଲେ ଏବେ ସାମ୍ନାକୁ ଆସିଛି କୋରାପୁଟର କଲା ହଳଦୀ। ବୋଧହୁଏ ଆପଣ କଳାହଳଦୀର କାହାଣୀ କେବେ ଶୁଣି ନ ଥିବେ। ହଳଦୀ ତ ହଳଦିଆ, ହେଲେ କଳା କେମିତି ? ଚଳିତ ବର୍ଷ ପ୍ରଥମ ଥର ପାଇଁ କୋରାପୁଟରେ କଳାହଳଦୀ ଚାଷ କରାଯାଇଛି। ଓୟୁଏଟି ପକ୍ଷରୁ 50 କେଜି କଳାହଳଦୀ ଆଇଟିଡିଏ ଜରିଆରେ ଦଶମନ୍ତପୁର ବ୍ଲକର ଆଡମଣ୍ଡା ଏ ମାଲକାନଗିରି ଅଞ୍ଚଳର ମହିଳା ଚାଷୀ ଲକ୍ଷ୍ମୀ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଆଉ ସେ ନିଷ୍ଠାର ସହ ଚାଷ କରି ଏ ପର୍ଯ୍ୟନ୍ତ ପହଞ୍ଚିଛନ୍ତି।
ଜୈବିକ ପଦ୍ଧତିରେ ଗତ ଜୁନ୍ ମାସରେ ଏହି ବିହନ ଲଗାଯାଇଥିଲା। ସୌଭାଗ୍ୟକୁ ପରୀକ୍ଷାମୂଳକ ଭାବେ ଚାଷ ହୋଇଥିବା ଏହି କଳାହଳଦୀ ଭଲ ଅମଳ ହେବ ବୋଲି ସମସ୍ତେ ଆଶା କରିଛନ୍ତି। ମାର୍ଚ୍ଚ ମାସ ରେ ଏହି ହଳଦୀ ସବୁ ଓପଡ଼ାଯିବ। ଏବେଠାରୁ କିଛି ଫାର୍ମା କମ୍ପାନୀ ପକ୍ଷରୁ ଚାଷୀଙ୍କ ପାଖରେ ପହଞ୍ଚି କ୍ଷେତ ଦେଖି ଯାଇଛନ୍ତି। ସାଧାରଣ ହଳଦୀ କେଜି ପିଛା ବଜାର ଦର ଶହେରୁ ୨୦୦ ଟଙ୍କା ଥିବା ବେଳେ ଏ କଳାହଳଦୀର ଦର କିନ୍ତୁ ୧୨ରୁ ୨ହଜାର୍ ଟଙ୍କା। ଚଳିତ ବର୍ଷ ଏହି ନୂଆ କିସମର କଳା ହଳଦୀକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଏଥରର ସଫଳତାକୁ ଆଧାର କରି ଆଗାମୀ ବର୍ଷ ଅଧିକ ମାତ୍ରାରେ ଚାଷ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି।
କଳା ହଳଦୀ ରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ରହିଛି। ଏହା ଚାଷୀଙ୍କୁ ଅଧିକ ରୋଜଗାରକ୍ଷମ କରିବା ସାଙ୍ଗକୁ ଏକାଧିକ ରୋଗର ନିଦାନ ହେବା ଆଶା କରାଯାଉଛି। କୋରାପୁଟର କଫି ପରେ ଏଥର ମାର୍କେଟ ନେବ କୋରାପୁଟିଆ କଳାହଳଦୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/20/kala-haladi-2025-12-20-18-04-55.jpg)