Advertisment

Village Faces Water Crisis: ଏବେ ବି ପାଣି ପାଇଁ ସଂଘର୍ଷ, ବଞ୍ଚିବାକୁ ଚୁଆ ପାଣି ଭରସା

ଏବେ ବି ପାଣି ପାଇଁ ସଂଘର୍ଷ। ବଞ୍ଚିବା ପାଇଁ ଚୁଆ ପାଣି ଭରସା। ଗଜପତି ଜିଲ୍ଲାର ମୋହନା ବ୍ଲକ୍‌ର ଦୁର୍ଗମ ମଳାସପଦ ପଂଚାୟତର କୋଇଲିପଙ୍କା ଗାଁ। ଏଠାକାର ଗ୍ରାମବାସୀଙ୍କ ପାଇଁ ଚୁଆଁ ପାଣି ହିଁ ଏକମାତ୍ର ସାହା ଓ ଭରସା।

Village Faces Water Crisis

ଏବେ ବି ପାଣି ପାଇଁ ସଂଘର୍ଷ, ବଞ୍ଚିବାକୁ ଚୁଆ ପାଣି ଭରସା Photograph: (OTV)

Advertisment

ଏବେ ବି ପାଣି ପାଇଁ ସଂଘର୍ଷ। ବଞ୍ଚିବା ପାଇଁ ଚୁଆ ପାଣି ଭରସା। ଗଜପତି ଜିଲ୍ଲାର ମୋହନା ବ୍ଲକ୍‌ର ଦୁର୍ଗମ ମଳାସପଦ ପଂଚାୟତର କୋଇଲିପଙ୍କା ଗାଁ। ଏଠାକାର ଗ୍ରାମବାସୀଙ୍କ ପାଇଁ ଚୁଆଁ ପାଣି ହିଁ ଏକମାତ୍ର ସାହା ଓ ଭରସା। ଦିନେ କି ଦୁଇ ଦିନ ନୁହେଁ – ବର୍ଷ ଧରି ଗ୍ରାମବାସୀ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି।

Advertisment

ଗାଁରେ ବସବାସ କରୁଛନ୍ତି ୧୨ରୁ ଅଧିକ ଆଦିବାସୀ ପରିବାର, ତଥାପି ଗାଁରେ ଗୋଟିଏ ନଳକୂଅ ନାହିଁ। ଫଳରେ, ଗ୍ରାମବାସୀ ବାଧ୍ୟ ହୋଇ ବିଲ ମାଳରେ ଥିବା ଚୁଆର ଦୂଷିତ ପାଣି ବ୍ୟବହାର କରୁଛନ୍ତି, ଯାହାର ଫଳରେ ତାଙ୍କର ଶରୀର ନାନା ରୋଗର ଶିକାର ହେଉଛି।

ସମସ୍ୟା କେବଳ ପାଣି ପାଇଁ ନୁହେଁ। ଗାଁକୁ ଯିବା ପାଇଁ ଭଲ ରାସ୍ତା ମଧ୍ୟ ନାହିଁ, ଏବଂ ଗାଁରେ ବିଜୁଳି ଆଲୁଅ ମଧ୍ୟ ସାତ ସପନ। ଏହି ଦୁର୍ଗମ ପରିସ୍ଥିତି ଗ୍ରାମବାସୀଙ୍କ ଜୀବନକୁ ଦୂର୍ଭାଗ୍ୟର ସମସ୍ୟାରେ ପରିଣତ କରିଦେଇଛି।

Advertisment
Odisha News Water Crisis Water Crisis Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ