Advertisment

ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ କେଉଁଠି, ଜାଣନ୍ତୁ

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା, ରାଜ୍ୟ ବିକାଶର ବିକଳ ଚିତ୍ର। ଭାରତର ଅନ୍ୟ ରାଜ୍ୟ ତୁଳନାରେ, ଓଡ଼ିଶାର ଶାସନ କଳ ଯେ କେତେ ଦୁର୍ବଳ, ତାହା ସାମ୍ନାକୁ ଆଣିଛି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦। ଯେଉଁଥିରେ ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ, ଓଡ଼ିଶାର ସ୍ଥାନ ତଳ ଆଡ଼ୁ ଦ୍ୱିତୀୟ  ଇକ୍ୱିଟି, ଗ୍ରୋଥ୍ ଓ ସସ୍ଟେନେବିଲିଟି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସୂଚାଉଥିବା ଏହି ୩ଟି ଯାକ ମାନଦଣ୍ଡରେ, ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଓଡ଼ିଶା। ଇକୁଇଟି କ୍ଷେତ୍ରରେ […]

ଅଦ୍ୟତନ ହୋଇଛି
ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ କେଉଁଠି, ଜାଣନ୍ତୁ

odisha

Advertisment

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା, ରାଜ୍ୟ ବିକାଶର ବିକଳ ଚିତ୍ର। ଭାରତର ଅନ୍ୟ ରାଜ୍ୟ ତୁଳନାରେ, ଓଡ଼ିଶାର ଶାସନ କଳ ଯେ କେତେ ଦୁର୍ବଳ, ତାହା ସାମ୍ନାକୁ ଆଣିଛି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦। ଯେଉଁଥିରେ ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ, ଓଡ଼ିଶାର ସ୍ଥାନ ତଳ ଆଡ଼ୁ ଦ୍ୱିତୀୟ  ଇକ୍ୱିଟି, ଗ୍ରୋଥ୍ ଓ ସସ୍ଟେନେବିଲିଟି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସୂଚାଉଥିବା ଏହି ୩ଟି ଯାକ ମାନଦଣ୍ଡରେ, ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଓଡ଼ିଶା।

Advertisment

publive-image ଇକୁଇଟି କ୍ଷେତ୍ରରେ ତଳଆଡ଼ୁ ୪ ନମ୍ବର, ଗ୍ରୋଥ୍‌ରେ ତଳଆଡ଼ୁ ୩ ନମ୍ବର ଏବଂ ସସ୍ଟେନେବିଲିଟିରେ ବି ତଳ ଆଡ଼ୁ ୩ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ସାମଗ୍ରିକ ଭାବେ, ମାଇନସ୍ ୧.୨୦୨ ପଏଣ୍ଟ୍ ସହ ଆମ ରାଜ୍ୟ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି।

publive-imageଗତବର୍ଷ ମଧ୍ୟ ଓଡ଼ିଶା ଏହି ତାଲିକାରେ ବହୁ ତଳେ ଥିବା ବେଳେ, ଏବର୍ଷ ଶାସନ ବ୍ୟବସ୍ଥାର ମାନ ଆହୁରି ଦୁର୍ବଳ ହୋଇଥିବା ରିପୋର୍ଟ ଦର୍ଶାଉଛି। ତେବେ ପ୍ରଶ୍ନ ଉଠୁଛି, ୨୦ ବର୍ଷର ସ୍ଥିର ସରକାର ସତ୍ତ୍ୱେ, ରାଜ୍ୟର ଶାସନ ବ୍ୟବସ୍ଥା ଏତେ ଦୁର୍ବଳ କାହିଁକି? କାହିଁକି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ବର୍ଷ ପରେ ବର୍ଷ ଖରାପ ହୋଇ ଚାଲିଛି?

Advertisment

ରାଜ୍ୟ ସରକାରଙ୍କ ଗୁଡ୍ ଗଭର୍ଣ୍ଣାନ୍ସର ନାରା ସମ୍ପୂର୍ଣ୍ଣ ଫମ୍ପା ବୋଲି, ଏଥିରୁ ସ୍ପଷ୍ଟ ହେଉନି କି? ପୂର୍ବତନ ପ୍ରଶାସକ କହନ୍ତି, ରାଜ୍ୟରେ କେବଳ ଜଣେ ବ୍ୟକ୍ତିଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା କେନ୍ଦ୍ରୀଭୂତ ଥିବାରୁ ଶାସନ କଳର ଏଭଳି ଦୁରବସ୍ଥା  କହିଛନ୍ତି, 5T ଖାଲି ଲୋକ ଦେଖାଣିଆ।

publive-imageପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦ ବଡ଼ ରାଜ୍ୟ ଭିତରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ  କ୍ଷୁଦ୍ର ରାଜ୍ୟ ତାଲିକାରେ ଗୋଆ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚଣ୍ଡିଗଡ଼ ଶୀର୍ଷରେ ଅଛନ୍ତି। ତେବେ ଶାସନ ବ୍ୟବସ୍ଥାରେ ଓଡ଼ିଶାର ଏଭଳି ନିକୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।

Advertisment

ବିଜେଡି ଏହାର ପ୍ରତିକ୍ରିୟା ରଖିଛି। ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ କୋଭିଡ୍ ସମୟରେ ଭାରତ ଆର୍ଥିକ ଅଭିବୃଦ୍ଧି ହାର ଅପେକ୍ଷା ଓଡ଼ିଶାର ଭଲ ରହିଛି। ଏନେଇ ଓଡ଼ିଶା ପ୍ରଶଂସିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ