q2
Advertisment
ଭୁବନେଶ୍ୱର: ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି ତାର କୋପ। କେଉଁଠି ସବୁ କିଛି ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି, ତ ଆଉ କେଉଁଠି ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟୁଛି ବେସାହାରା ମଣିଷ।
Advertisment
ଏଭଳି ସ୍ଥିତିରେ ଆପଣମାନେ କ’ଣ କରିବେ, କ’ଣ ନ କରିବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ଜାରି କରାଯାଇଛି।
- ପାଣିରେ ବୁଡ଼ି ଯାଇଥିବା କୂଅ ଓ ନଳକୂଅର ପାଣି ପିଅନ୍ତୁ ନାହିଁ।
- ପାଣିକୁ ଫୁଟାଇ କିମ୍ବା ହାଲୋଜେନ୍ ବଟିକା ପକାଇ ପିଅନ୍ତୁ।
- ଖାଇବା ଓ ଶୌଚ ହେବା ପରେ ହାତକୁ ସାବୁନରେ ଧୁଅନ୍ତୁ।
- ରନ୍ଧା ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ ଓ ମାଛି ବସିବାକୁ ଦିଅନ୍ତୁ ନାହିଁ।
- ତରଳ ଝାଡା ହେଲେ ଓ.ଆର.ଏସ୍. ମିଶା ପାଣି ପିଅନ୍ତୁ।
- ସାପ କାମୁଡ଼ିଲେ ଶୀଘ୍ର ଡାକ୍ତରଖାନା ନେଇ ଯାଆନ୍ତୁ।
- ମ୍ୟାଲେରିଆ ଓ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ମଶାରୀ ଟାଣି ଶୁଅନ୍ତୁ।
- ଘର ଆଖପାଖ ସଫା ରଖନ୍ତୁ ଓ ପାଣି ଜମିବାକୁ ଦିଅନ୍ତୁ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/q2-1_1626428831.jpg)