Advertisment

Troubling Past of KISS: କିସର ରେକର୍ଡ ଖରାପ ! ଆଗରୁ ଯାଇଛି ଅନେକ ଜୀବନ

ପୂର୍ବରୁ ବି କିସରେ ଅନେକ ଛାତ୍ରଙ୍କର ମୃତ୍ୟୁ ଘଟିଛି । ସ୍କୁଲରେ ଯାଇଛି ଅନେକ ନିରୀହ ଜୀବନ । ୧୦ ବର୍ଷ ତଳର କଥା ବଖାଣିଲେ ଜଣେ ଛାତ୍ରଙ୍କ ମା’ । ଦେହ ଖରାପ କହି ଡାକିଲେ, ହାତରେ ଡେଡବଡି ଧରାଇଦେଲେ ।

KISS-TRACK-RECORD

KISS-TRACK-RECORD Photograph: (OTV)

Advertisment

ପୂର୍ବରୁ ବି କିସରେ ଅନେକ ଛାତ୍ରଙ୍କର ମୃତ୍ୟୁ ଘଟିଛି । ସ୍କୁଲରେ ଯାଇଛି ଅନେକ ନିରୀହ ଜୀବନ । ୧୦ ବର୍ଷ ତଳର କଥା ବଖାଣିଲେ ଜଣେ ଛାତ୍ରଙ୍କ ମା’ । ଦେହ ଖରାପ କହି ଡାକିଲେ, ହାତରେ ଡେଡବଡି ଧରାଇଦେଲେ । କହିଲେ, ମୋ ପୁଅ ମୃତ୍ୟୁର ବି ତଦନ୍ତ ହେଉ । ପୂର୍ବରୁ ୨-୩ଟି ଘଟଣା ଘଟିଥିବା କଥା କହିଲେ ଏସଟି କମିଶନର ।

Advertisment


 କିସ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମାଆ। ହଠାତ୍ ସ୍କୁଲରୁ ଫୋନ ଆସିଲା ପୁଅ ଦେହ ଖରାପ ଅଛି ଶୀଘ୍ର ଆସ । ଏକଥା ଶୁଣିବା ପରେ ବାପା ମାଆ ରାତିରେ ଘରୁ ବାହାରି ସକାଳେ ଭୁବନେଶ୍ବରରେ ଥିବା ସ୍କୁଲରେ ପହଞ୍ଚିଲେ । ହେଲେ ସେଠାରେ ପହଞ୍ଚିବା ପରେ ସ୍କୁଲ କର୍ତ୍ତୃପକ୍ଷ ପ୍ରଶ୍ନ ବାଣରେ ଘାଇଲା କରି ଉଭୟଙ୍କୁ ନର୍ଭସ କରାଇ ଦେଲେ। ଛୁଆକୁ ଦେଖାଇବେ କଣ ପ୍ରଥମେ କାଗଜପତ୍ରରେ ଦସ୍ତଖତ କରାଇନେଲେ। ପରେ ପୁଅର ମୃତଦେହ ସହ ସମସ୍ତ ଜିନିଷପତ୍ର ଗାଡିରେ ରଖି ଗାଁକୁ ପଠାଇଦେଲେ। ମୃତ୍ୟୁର କାରଣ କିମ୍ବା ସେ ସମ୍ପର୍କିତ କୌଣସି କାଗଜପତ୍ର ଦେଲେ ନାହିଁ ।

କାନ୍ଦି କାନ୍ଦି ପୁଅର ଶବ ସତ୍କାର କରିଥିଲେ 

ସରଳ ନିରୀହ ମଣିଷ ହୋଇଥିବାରୁ କିଛି ନକହି କାନ୍ଦି କାନ୍ଦି ଗାଁରେ ପୁଅର ଶବ ସତ୍କାର କଲେ ପରିବାର। ତେବେ କଣ ପାଇଁ ପୁଅର ମୃତ୍ୟୁ ହେଲା ଜାଣିବା ପାଇଁ ପରେ ଯେବେ ସ୍କୁଲ ଆସିଥିଲେ ତାଙ୍କୁ ଏଣୁତେଣୁ କହିଥିଲେ କିସ କର୍ତ୍ତୃପକ୍ଷ। 

Advertisment

କେନ୍ଦୁଝର ସଦର ବ୍ଳକରେ ମୃତ ଛାତ୍ରଙ୍କ ଘର । ପୁଅକୁ ୯ ବର୍ଷ ବେଳେ କିସରେ ଆଣି ଛାଡିଥିଲେ ବାପା । ଆଦିବାସୀ ଇଲାକାରୁ ଯାଇ ପୁଅ ରାଜଧାନୀରେ ବଡ ସ୍କୁଲରେ ପଢିବ। ଭଲ ପାଠ ପଢି ରୋଜଗାର କରିବା ସହ ଅଞ୍ଚଳର ନାଁ ରଖିବ। ଏମିତି କେତେ କଣ ଭାବି କିସ ସ୍କୁଲରେ ଭର୍ତ୍ତି କରିଥିଲେ ବାପା ମାଆ। ହେଲେ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ପୁଅର ଜୀବନ ଚାଲିଗଲା ବୋଲି କହିଛନ୍ତି ପରିବାର।

ଝୁରି ଝୁରି ଚାଲିଗଲେ ବାପା

ଏପରିକି ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିନପାରି ଝୁରି ଝୁରି ମାତ୍ର ଛଅ ମାସରେ ବାପା ବି ଚାଲିଗଲେ। ବିଚରା ମାଆଟା ଏକୁଟିଆ କାହା ସାଙ୍ଗରେ ଲଢିବ । ଆଜି ଅନ୍ୟ ଜଣେ ଆଦିବାସୀ ପରିବାର ନ୍ୟାୟ ପାଇଥିବାରୁ ମୁହଁ ଖୋଲିଛନ୍ତି ମା’ । ସେ ସରକାରଙ୍କ ନିକଟରେ ଗୁହାରୀ ରଖିଛନ୍ତି କି କିସରେ ସମସ୍ତ ମୃତ୍ୟୁର ତଦନ୍ତ ହେଉ ।

Advertisment

ସେପଟେ ଜାତୀୟ ଏସଟି କମିଶନର ମଧ୍ୟ ସମାନ କଥା କହିଛନ୍ତି। କିସ ନାଁରେ ପୂର୍ବରୁ ଦୁଇ ତିନିଟି ଏଭଳି ଅଭିଯୋଗ ରହିଥିବା କହିବା ପରେ ଏହା ମାମଲାକୁ ଆହୁରି ବଳ ଦେଇଛି। 
ତେବେ ଏ ଘଟଣାରେ କିସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

KISS Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ