Advertisment

Devotion in Gold: ଜଗା ହୁଣ୍ଡିକୁ ଆସୁଛି କେଜି କେଜି ସୁନା, ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

ଜଗନ୍ନାଥଙ୍କ ହୁଣ୍ଡିରେ ପଡୁଛି କେତେ ସୁନା-ରୁପା ? ହୁଣ୍ଡିରୁ ଆଦାୟ ଟଙ୍କା ପଇସା ଯାଏ କୁଆଡ଼େ ? ମହାପ୍ରଭୁଙ୍କୁ ମୁକ୍ତ ହସ୍ତରେ ଏସବୁ ଦାନ କରୁଥିବା ଭକ୍ତ ମନରେ ସବୁବେଳେ ଆସେ ଏଭଳି ପ୍ରଶ୍ନ। ତେବେ ଆଜି ବିଧାନସଭାରେ ଅନେକାଂଶରେ ସେ ସନ୍ଦେହ ଦୂର କରିଛନ୍ତି ଆଇନମନ୍ତ୍ରୀ।

HUNDI

HUNDI Photograph: (OTV)

Advertisment

ଜଗା ହୁଣ୍ଡିକୁ ଆସୁଛି କେଜି କେଜି ସୁନା 
ମୁକ୍ତ ହସ୍ତରେ ଭକ୍ତ ଦାନ କରୁଛନ୍ତି ସୁନା- ରୁପା ସାଙ୍ଗକୁ ଟଙ୍କା ପଇସା
୧୯୮୧ରୁ ୨୦୨୫ ମସିହା ଭିତରେ ଶ୍ରୀମନ୍ଦିର ହୁଣ୍ଡିରେ ପଡ଼ିଛି ୫୮ କେଜିରୁ ଅଧିକ ସୁନା 
ଯାହା ମଧ୍ୟରୁ କେବଳ ଗତବର୍ଷ ମିଳିଛି ୩ କେଜିରୁ ବେଶୀ ମୂଲ୍ୟବାନ ଧାତୁ

Advertisment

ଭକ୍ତଙ୍କୁ ଆଶ୍ବସ୍ତି ଦେଲା ଭଳି ଏ ତଥ୍ୟ ବିଧାନସଭାରେ ରଖିଛନ୍ତି ଖୋଦ୍ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟିକା ଉପାସନା ମହାପାତ୍ର ଓ ବିଧାୟକ ଧୃବ ସାହୁଙ୍କ ପ୍ରଶ୍ନର ଲିଖି ଉତ୍ତରରେ ମନ୍ତ୍ରୀ ବିସ୍ତୃତ ସୂଚନା ଦେଇ କହିଛନ୍ତି- ଗତବର୍ଷ ଶ୍ରୀମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ଟଙ୍କା ଦାନ ଆକାରରେ ସଂଗ୍ରହ ହୋଇଛି। ତାସହ ସେହି ବର୍ଷ ୩ କିଲୋ ୪୪୧ ଗ୍ରାମ୍ ୩ଶହ ଗ୍ରାମ ମିଶ୍ରିତ ସୁନା ଓ ୩୩ କିଲୋ ୬୪୮ ଗ୍ରାମ୍ ମିଶ୍ରିତ ରୂପା ଅଳଙ୍କାର ବି ଭକ୍ତମାନେ ଦାନ କରିଛନ୍ତି।

ସେମିତି ୨୦୧୧-୧୨ ମସିହାରୁ ୨୦୨୪-୨୫ ମସିହା ଭିତରେ ଟଙ୍କା ଆକାରରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନ ଯୋଜନାରୁ ଆସିଛି ୩୦୪ କୋଟି ୫୭ଲକ୍ଷ ୮୫ ହଜାରରୁ ଅଧିକ। ଆଉ ଯଦି ଗତ ୪୩ ବର୍ଷର ତଥ୍ୟକୁ ନିଆଯାଏ ତାହାଲେ- ୧୯୮୧-୮୨ରୁ ୨୦୨୫-୨୬ ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିରୁ ୫୮ କିଲୋ ୩୧୭ ଗ୍ରାମ୍ ୪୫୨ ମିଲିଗ୍ରାମ୍ ସୁନା ଓ ୧ ହଜାର ୫୮ କିଲୋ ୮୩୬ ଗ୍ରାମ୍ ରୁପା ସଂଗୃହୀତ ହୋଇଛି।...

Advertisment

ହୁଣ୍ଡିରୁ ଆଦାୟ ଟଙ୍କା କୁଆଡ଼େ ଯାଉଛି ?

ତେବେ ଏଠି ପ୍ରଶ୍ନ- ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ମୁକ୍ତ ହସ୍ତରେ ଦାନ କରୁଥିବା ସୁନା-ରୂପା ସବୁ ରହୁଛି କେଉଁଠି ? ହୁଣ୍ଡିରୁ ଆଦାୟ ଟଙ୍କା କୁଆଡ଼େ ଯାଉଛି ? ସେ ତଥ୍ୟ ବି ରଖି ଆଇନମନ୍ତ୍ରୀ କହିଛନ୍ତି- ହୁଣ୍ଡିରୁ ଆଦାୟ ଦାନର କୌଣସି ଭାଗ ଜଗନ୍ନାଥ ମହାପ୍ରଭୁଙ୍କ ଅନ୍ୟ କେଉଁ ସଂସ୍ଥାକୁ ଯାଏ ନାହିଁ। ତାସହ ଆଦାୟ ଅର୍ଥର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଜନାରେ ସଂଗୃହୀତ ୫ଶହ ଟଙ୍କାରୁ ଅଧିକ ପରିମାଣର ରାଶି ମନ୍ଦିର ଫାଉଣ୍ଡେସନ ଫଣ୍ଡ ଯୋଜନାରେ ଦୀର୍ଘ ମିଆଦି ସ୍ଥାୟୀ ଜମାରେ ରଖାଯାଉଛି। ବଳକା ୧୦ ପ୍ରତିଶତ ଅର୍ଥ ଠାକୁରଙ୍କ ଦୈନନ୍ଦିନ ଖର୍ଚ୍ଚରେ ଲାଗୁଛି। 

ଏକାଥରେ ଦାନ ଆକାରରେ ମିଳୁଥିବା ନଗଦ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ରାଶି ସିଧା ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ଦୀର୍ଘ ମିଆଦି ସ୍ଥାୟୀ ଜମା ଭାବେ ବ୍ୟାଙ୍କରେ ଗଚ୍ଛିତ ରହୁଛି। ତେବେ ଯେଉଁ ସୁନା-ରୁପା ସବୁ ଦାନରେ ମିଳୁଛି- ସେଥିରୁ କିଛି କିଛି ବିଭିନ୍ନ ସମୟରେ ଆବଶ୍ୟକତା ଭିତ୍ତିରେ ମହାପ୍ରଭୁଙ୍କ ଅଳଙ୍କାର ମରାମତି ଓ ନୂଆ ଅଳଙ୍କାର ପ୍ରସ୍ତୁତିରେ ଲାଗୁଛି।

Advertisment

ବଳକା ଧାତୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଷ୍ଟେଟ୍ ବ୍ୟାଙ୍କ ଲକରରେ ଗଚ୍ଛିତ ରହୁଛି। ଯାହାକୁ ନେଇ ଭକ୍ତମାନେ ଖୁସି ପ୍ରକାଶ କରିଥିବାବେଳେ ସେବକ କିନ୍ତୁ କହିଲେଣି- ଏବେ ବି ଶ୍ରୀଜିଉଙ୍କ ଅନେକ ନୀତିକାନ୍ତି ବେଳେ ଭଙ୍ଗା-ଦଦରା ସାମଗ୍ରୀ ବ୍ୟବହାର ହେଉଛି। ତାସହ ସୁନାବେଶ ସମୟରେ ଠାକୁର ପିନ୍ଧୁଥିବା ସୁନା କିରୀଟ ମଧ୍ୟ ଭାଙ୍ଗିଥିବାର ନଜରକୁ ଆସିଛି। ତେଣୁ ଏତେ ପରିମାଣର ସୁନା-ରୁପା ଗଛିତ ଥାଇ ଠାକୁରଙ୍କୁ ଭଙ୍ଗା ଅଳଙ୍କାର ପିନ୍ଧାଇବା ଠିକ୍ ନୁହେଁ।...

Srimandir Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ