Advertisment

Public Safety Alert: ମକର ଆଗରୁ କିଲର୍ ମାଞ୍ଜା ସୂତା ଆତଙ୍କ, ବିଭିନ୍ନ ସହରରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ

କଟୁଛି ତଣ୍ଟି, କାଳ ସାଜୁଛି କିଲର ମାଞ୍ଜା ସୂତା। ମକର ପୂର୍ବରୁ ପ୍ରାଣଘାତୀ ମାଞ୍ଜା ସୂତାକୁ ନେଇ ରାଜ୍ୟରେ ଧରପଗଡ଼ ଜୋରଦାର ହୋଇଛି। କଟକ, ଭୁବନେଶ୍ବର, ପୁରୀରେ ପୋଲିସ ସ୍ପେଶାଲ୍ ଡ୍ରାଇଭ କରି ବିଭିନ୍ନ ଦୋକାନରେ ପଞ୍ଝା ମାରିଛି।

Manja

Manja Photograph: (OTV)

Advertisment

ମକର ପୂର୍ବରୁ ବଡ଼ ଧରଣର ଧରପଗଡ଼ । ଛନକା ବଢ଼ାଇଛି ତଣ୍ଟି କଟା ମାଞ୍ଜା ସୂତା । ଗୁଡ଼ି କିଣିବାକୁ ଉତ୍ସାହ ଭିତରେ ମାର୍କେଟରେ ରେଡ୍ । ପରମ୍ପରା ନାଁରେ ନଯାଉ କାହା ଜୀବନ ।
ପ୍ରତିବର୍ଷ ମକର ଆସିଲେ କଟକରେ ରହୁଥିବା ସସ୍ମିତାଙ୍କ ଛାତି ଧଡ଼ଧଡ଼ ହୋଇଯାଏ। ତାଜା ହୋଇଯାଏ ୩ ବର୍ଷ ତଳର ଲୋମଟାଙ୍କୁରା ଘଟଣା। ମକର ଦିନ କିଲର ମାଞ୍ଜା ସୂତା ତାଙ୍କ ଜୀବନ ଗତିପଥକୁ ବଦଳାଇ ଦେଇଥିଲା।

Advertisment

ମଥାରୁ ଲିଭିଗଲା ସିନ୍ଦୂର, ଜନ୍ମପୂର୍ବରୁ ପୁଅକୁ ବାପ ଛେଉଣ୍ଡ କରିଦେଲା ମଣିଷ ଖିଆ ମାଞ୍ଜା। ବିବାହର ମାତ୍ର ୬ ମାସ ପରେ ବିଧବା ହୋଇଗଲେ ସସ୍ମିତା। ବାଇକରେ ଯିବା ବାଟରେ ଜଗତପୁର ନିକଟରେ ସ୍ବାମୀଙ୍କ ବେକରେ ଗୁଡ଼ାଇ ହୋଇଥିଲା ଗୁଡ଼ିର ପ୍ଲାଷ୍ଟିକ ସୂତା। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଆଖିରୁ ଲୁହ ଶୁଖୁନି। ପରମ୍ପରା ନାଁରେ ବିପଦଜନକ ଗୁଡ଼ି ଉଡ଼ାକୁ ବନ୍ଦ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ...

ମକରରେ ଗୁଡ଼ି ଉଡ଼ାଇବା ନେଇ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ। କଟକରେ ଭଳିକି ଭଳି ଗୁଡ଼ି ଦୋକାନର ପସରା ମେଲିଛି। ମିଳୁଛି ରଙ୍ଗ ବେରଙ୍ଗର କୌତୁକିଆ ଓ ମନଲୋଭା ଗୁଡ଼ି। ଚୌଧୁରୀ ବଜାର ଓ ନନ୍ଦିସାହି ମାର୍କେଟରେ ଭିଡ଼ ଜମୁଛି। ପ୍ଲାଷ୍ଟିକ କିମ୍ବା ମାଞ୍ଜା ସୂତାରେ ଗୁଡ଼ି ବିକ୍ରିକୁ ବ୍ୟାନ୍ କରିଛି ପ୍ରଶାସନ। ତଥାପି କିଛି ଅସାଧୁ ବ୍ୟବସାୟୀ ମାଞ୍ଜା ସୂତାରେ ଗୁଡ଼ି ବିକ୍ରି କରୁଛନ୍ତି।

Advertisment

ପ୍ରାଣଘାତୀ ପ୍ଲାଷ୍ଟିକ ସୂତା ବିକ୍ରି କି ଏଥିରେ ଗୁଡ଼ି ଉଡ଼ାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି। ସେହିପରି ଭୁବନେଶ୍ବରରେ ରେଡ୍ କରି ନଟେଇ, ମାଞ୍ଜା ସୂତା ବଣ୍ଡଲ ଓ ଗୁଡ଼ି ଜବତ କରିଛି ବଡ଼ଗଡ଼ ଥାନା ପୋଲିସ। ... 

ମକର ପୂର୍ବରୁ ବଡ଼ ଧରଣର ଧରପଗଡ଼

ପୁରୀରେ ମକର ପୂର୍ବରୁ ମାଞ୍ଜା ସୂତାକୁ ନେଇ ଘନଘନ ରେଡ୍ କରିଛି ପୋଲିସ। କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ଡ୍ରାଇଭ ଚାଲିଥିଲା। ୨୨ଟି ଦୋକାନରେ ଚଢ଼ାଉ କରି ୧୪୦ ବଣ୍ଡଲ୍ ମାଞ୍ଜା ସୂତା ଜବତ କରିଛି ପୋଲିସ। ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ମକରରେ ମାଞ୍ଜା ସୂତାର ଗୁଡ଼ି ଉଡ଼ାଇବାକୁ ବାରଣ କରାଯାଇଛି। 

Advertisment

ଗୋଟିଏ ଗୁଡ଼ିକୁ ଆଉ ଗୋଟିଏ ଗୁଡ଼ି କାଟିବା ପରେ ଏହାର ସୂତା ବାଇକ୍ ଆରୋହୀଙ୍କ ଜୀବନକୁ ବିପଦରେ ପକାଇଥାଏ। ଗୁଜୁରାଟର  ସୁରତରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ବିପଦରୁ ସୁରକ୍ଷା ଦେବାକୁ ବାଇକ୍ ଆରୋହୀଙ୍କୁ ୟୁ-ଗାର୍ଡ ବାଣ୍ଟିଛି ପୋଲିସ। ଯାହା ପ୍ରାଣଘାତୀ ସୂତାକୁ ଆରୋହୀଙ୍କ ବେକ କିମ୍ବା ଶରୀର ସଂସ୍ପର୍ଶରେ ଆସିବାକୁ ରୋକିବ।

ସେହିପରି ବିଭିନ୍ନ ଛକରେ ବାଇକ୍ ଆରୋହୀ ଓ ପଛରେ ବସିଥିବା ଲୋକଙ୍କୁ ନେକ୍ କଲାର ବି ବାଣ୍ଟିଛି ପୋଲିସ। ...

ଗୁଡି ସୁତା ନେଇ ଯାଇଥାନ୍ତା ଜୀବନ I ଅଳ୍ପକେ ବର୍ତ୍ତିଗଲେ ଯୁବକ। ରାଜଧାନୀର ପୋଖରିପୁଟ ଅଞ୍ଚଳରେ ଜଣେ ଯୁବକ ଗୁଡ଼ି ସୂତାରେ ଆହତ ହୋଇଛନ୍ତି। ଭୁବନେଶ୍ବର କଳ୍ପନା ଅଞ୍ଚଳର କମଳା କାନ୍ତ ନାମକ ଜଣେ ଯୁବକ ସ୍କୁଟିରେ ଯାଉଥିବା ବେଳେ ଗୁଡି ସୁତା ଲାଗି ତାଙ୍କ ବେକରେ ଲାଗିଯାଇଥିଲା। ଏଥିରେ ତାଙ୍କ ବେକର ସାମ୍ନା ଅଂଶ କଟିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...  



Kite Flying Kite Thread
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ