CAMPUS-REALITY-CHAKE-UP Photograph: (OTV)
ଗତ ଫେବୃଆରୀରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ବଦନାମ କରିଥିଲା କିଟ୍। ନେପାଳୀ ଛାତ୍ରୀ ମୃତ୍ୟୁ ଓ କିଟ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାଙ୍ଗକୁ ରାତି ଅଧିଆ ନେପାଳୀ ପିଲାଙ୍କ ପ୍ରତି ନିର୍ଯାତନାକୁ ନେଇ ଉଠିଥିଲା ପଡ଼ିଥିଲା ଦେଶ। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଛାନଭିନ କଲା। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ୨୦ରୁ ଅଧିକଙ୍କ ସାକ୍ଷ୍ୟ ଗ୍ରହଣ ବି ହେଲା। ଏନେଇ ବିଧାନସଭାରେ ନିଜେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଲେ। ହେଲେ କୁଆଡ଼େ ଗଲା ସେ ତଦନ୍ତ ରିପୋର୍ଟ ? କେଉଁଠି ପହଞ୍ଚିଛି ତଦନ୍ତ ? କାହାର ଭୁଲ୍ ଥିଲା, କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ ହୋଇଛି ? ତଦନ୍ତକାରୀ ଟିମ୍ ସରକାରଙ୍କୁ ରିପୋର୍ଟ ଦେଇଛି ତ ? ଯଦି ଦାଖଲ କରିଛି, ସାର୍ବଜନୀନ କାହିଁକି କରାଯାଉନି ? କିଟ୍ ରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବାବେଳେ ଉଚ୍ଚଶିକ୍ଷା ବିଭାଗ କିନ୍ତୁ ଚୁପ୍। କମିଟିର ତଦନ୍ତ କେଉଁଠି ଅଟକିଛି ପ୍ରଶ୍ନକୁ ଆଜି ବିଧାନସଭା ପରିସରରେ ଏଡ଼ାଇ ଯାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ
ସେପଟେ କିଟ୍ ସୁଇସାଇଡ୍ ଟ୍ରେଣ୍ଡକୁ ନେଇ ବଢିବାରେ ଲାଗିଛି ବିବାଦ। କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ଠିଆ ହେଲାଣି ପ୍ରଶ୍ନର ପାହାଡ଼। କିଟ୍ ରେ ଜୀବନ ହାରିଥିବା ତିନି ଛାତ୍ରଛାତ୍ରୀ ବୈଷୟିକ ବିଭଗରେ ପାଠ ପଢୁଥିଲେ। ପ୍ରଶ୍ନ ଉଠୁଛି, ରାଜ୍ୟରେ ଭିସୁଟ୍ ଓ ଏନଆଇଟି ଭଳି ଜାତୀୟସ୍ତରୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ରହିଛି। ସେଠାରେ ଦେଶବିଦେଶର ପିଲାମାନେ ସୁରୁଖୁରୁରେ ପାଠ ପଢୁଥିବାବେଳେ, ଖାଲି କିଟରେ କାହିଁକି ବାରମ୍ବାର ଘଟୁଛି ଅଭାବନୀୟ ଘଟଣା ? ଭିସୁଟ୍ ଓ ଏନଆଇଟି ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ପାଠ ପଢିବାବେଳେ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ଅତି ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସେମାନଙ୍କ ଶିକ୍ଷାନୁଷ୍ଠାନରେ ମାନସିକ ସ୍ଥିତିର ଯାଞ୍ଚ ସହିତ ନିରନ୍ତର ଭାବେ ଯୋଗାଯୋଗରେ ରହୁଛନ୍ତି କର୍ତ୍ତୃପକ୍ଷ। ଖେଳକୁଦ, ଯୋଗ ଓ ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ ପିଲାଙ୍କୁ ମାନସିକ ଭାବେ ସୁଦୃଢ କରାଯାଉଛି। ତେବେ କିଟ୍ କର୍ତ୍ତୃପକ୍ଷ ଏଥିରେ ଅବହେଳା କରୁଛନ୍ତି କି ? ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ କିଟରେ ଅତି କମରେ ୨୫ଶହ କାଉନସିଲର ରହିବା କଥା। ଏବେ କେତେ ଜଣ କାଉନସିଲର ରହିଛନ୍ତି କିଟରେ ? ମାନସିକ ସ୍ବାସ୍ଥ୍ୟ ପ୍ରତି ଅବହେଳା ପାଇଁ ଜୀବନ ହାରୁଛନ୍ତି ଜଣେ ପରେ ଜଣେ ଛାତ୍ରଛାତ୍ରୀ ? ତେବେ ଏନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ହିଁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନଏଚଆରସି ରିପୋର୍ଟରେ ଦର୍ଶାଇଥିଲେ। ତଥାପି କିଟ୍ ନା ହେଜିଥିଲା ନା ପିଲାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/campus-reality-chake-up-2025-12-03-19-50-58.jpg)