NCRB Photograph: (OTV)
ଦେଶରେ ଅପରାଧରେ ଓଡ଼ିଶାର ସ୍ଥାନ ୧୧ ନମ୍ବରରେ। ସଦ୍ୟ ପ୍ରକାଶିତ ୨୦୨୩ର NCRB ରିପୋର୍ଟ(NCRB Report)ରେ ଏହି ତଥ୍ୟ ଉଲ୍ଲେଖ ରହିଛି। ୨୦୨୧-୨୦୨୨ ତୁଳନାରେ ୨୦୨୩ରେ ବଢିଥିଲା ଅପରାଧ ହାର। ୨୦୨୩ରେ ରାଜ୍ୟରେ ପଞ୍ଜିକୃତ ହୋଇଛି ମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ମାମଲା। ୨୦୨୩ରେ ୬୧୨୫ ଅପହରଣ, ୧୧୯୫ଟି ଦୁଷ୍କର୍ମ, ୧୨୩ଟି ଦୁଷ୍କର୍ମ ପାଇଁ ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଚୋରି ଏବଂ ଡକାୟତି ମାମଲା ବି କିଛି କମ୍ ନଥିଲା। ୨୯୫୬ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ଡକାୟତି ମାମଲା ଥିଲା ୩୭୦ଟି।
ସେହିପରି ୬୨୪ଟି ଘର ପୋଡ଼ି ମାମଲା ରୁଜୁ ହୋଇଛି। ୨୦୨୧-୨୦୨୨ ଭଳି ୨୦୨୩ରେ ବି ଉପର ମୁଁହା ଥିଲା ହତ୍ୟା ମାମଲା। ୨୦୨୧ରେ ୧୩୯୪ଟି ହତ୍ୟା, ୨୦୨୨ରେ ୧୩୭୯ ଏବଂ ୨୦୨୩ରେ ୧୩୬୨ଟି ହତ୍ୟା ମାମଲା ରୁଜୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୨୪ଟି ଯୌତୁକ ଜନିତ ହତ୍ୟାକାଣ୍ଡ ହୋଇଥିବା ଦର୍ଶାଇଛି NCRB। ସେହିପରି ପ୍ରେମ ଜନିତ ହତ୍ୟା ୪୨ଟି, ରାଜନୈତିକ ହତ୍ୟାକାଣ୍ଡ ୩ଟି ହୋଇଥିବା NCRB-2023ରେ ଦର୍ଶାଯାଇଛି।
ଦେଶର ଅନ୍ୟ ରାଜ୍ୟର ତଥ୍ୟ ଦେଖିବାକୁ ଗଲେ, ୨୦୨୩ ମସିହାରେ ମହାରାଷ୍ଟ୍ରର ଅପରାଧ ହାର ୪୭୦.୪ ଥିଲା, ଯାହା ଜାତୀୟ ହାର ୪୪୮.୩ ତୁଳନାରେ ବହୁତ ଅଧିକ। ଅପରାଧ ହାରରେ ମହାରାଷ୍ଟ୍ର ରାଜ୍ୟଗୁଡ଼ିକ ମଧ୍ୟରେ ନବମ ସ୍ଥାନରେ ଅଛି, କେରଳ ସର୍ବାଧିକ ୧,୬୩୧.୨ ରେକର୍ଡ କରିଛି।
ମୋଟାମୋଟି ଭାବରେ, ୨୦୨୩ ମସିହାରେ ୫.୯୬ ଲକ୍ଷ ଅପରାଧ ପଞ୍ଜିକୃତ ହେବା ସହିତ ମହାରାଷ୍ଟ୍ର, ପଞ୍ଜିକୃତ ଅପରାଧ ସଂଖ୍ୟାରେ ଉତ୍ତର ପ୍ରଦେଶ ପରେ ଦ୍ୱିତୀୟ ସ୍ଥାନରେ ଥିଲା। ୨୦୨୩ ମସିହାରେ ମହିଳାମାନଙ୍କ ପ୍ରତି ଆକ୍ରମଣ ପାଇଁ ଅପରାଧ ପଞ୍ଜିକରଣରେ ରାଜ୍ୟ ଶୀର୍ଷରେ ଥିଲା ଏବଂ ମୋଟ ୧୨,୧୩୩ଟି ମାମଲା ପଞ୍ଜିକୃତ ହୋଇଥିଲା।
୨୦୨୩ NCRB ତଥ୍ୟ ଅନୁଯାୟୀ, କୃଷି କ୍ଷେତ୍ରରେ ହୋଇଥିବା ୧୦,୭୦୦ ରୁ ଅଧିକ ଆତ୍ମହତ୍ୟା ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୮.୫ ପ୍ରତିଶତ ଚାଷୀ ଆତ୍ମହତ୍ୟା ହୋଇଛି। ଏହା ପରେ କର୍ଣ୍ଣାଟକରେ ୨୨.୫ ପ୍ରତିଶତ ଆତ୍ମହତ୍ୟା ହୋଇଛି। ୨୦୨୨ ମସିହାର NCRB ତଥ୍ୟ ଅନୁଯାୟୀ, ମୋଟ ଆତ୍ମହତ୍ୟାର ୩୭.୬ ପ୍ରତିଶତ ମହାରାଷ୍ଟ୍ରରେ ଘଟିଛି ଏବଂ ଏହା ପରେ କର୍ଣ୍ଣାଟକରେ ୨୧.୨ ପ୍ରତିଶତ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/01/ncrb-2025-10-01-10-10-58.jpg)