ଦେଶୀ ମଦ କାରଖାନା ଉପରେ ପୋଲିସ ଚଢ଼ାଉ; ମଦ ନଷ୍ଟ Photograph: (OTV)
ଆଠଗଡରେ ବେଆଇନ ଦେଶୀ ମଦ କାରଖାନା ଉପରେ ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଚଢ଼ାଉ। ବେଆଇନ ଦେଶୀ ମଦ କାରଖାନା ଉପରେ ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ଗୁଡ଼ ପୋଚ ସହ ଦେଶୀ ମଦ ଜବତ ହୋଇଛି । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଆ, ଖଣ୍ଡୁଆଳି,ସରସ୍ବତୀପୁର, ମଗଧ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଛି।
ସୂଚନା ପରେ ଖୁଣ୍ଟୁଣି ପୋଲିସ ପକ୍ଷରୁ ରେଡ କରାଯାଇଥିଲା। ଏହି ରେଡ ବେଳେ ମଦ ପ୍ରସ୍ତୁତି ପାଇଁ ଥିବା ପୋଚ ସହିତ ପ୍ରସ୍ତୁତ ହୋଇ ରହିଥିବା ବିପୁଳ ପରିମାଣର ଦେଶୀ ମଦକୁ ପୁଲିସ ଜବତ କରିଛି । ଏନେଇ ଖୁଣ୍ଟୁଣୀ ପୋଲିସ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମଦ ମାଫିଆମାନେ ଜଙ୍ଗଲ ଭିତରେ ଗାତ ଖୋଳି ମଦ ପ୍ରସ୍ତୁତ ନିମନ୍ତେ ପ୍ଲାଷ୍ଟିକ ଡ୍ରମରେ ରଖିଥିବା ଗୁଡ଼ପୋଚ ଏବଂ ପ୍ରସ୍ତୁତ ହୋଇଥିବା ଶତାଧିକ ଲିଟର ଚୋରା ଦେଶୀ ମଦ ପୋଲିସ ଜବତ କରି ଘଟଣାସ୍ଥଳରେ ନଷ୍ଟ କରିଛି।
- ଜଙ୍ଗଲରେ ଚୋରା ଦେଶୀ ମଦ କାରବାର
- ଦେଶୀ ମଦ କାରଖାନା ଉପରେ ପୋଲିସ ଚଢ଼ାଉ
- ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଚଢ଼ାଉ
- ବିପୁଳ ପରିମାଣର ପୋଚ ସହ ଦେଶୀ ମଦ ଜବତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/police-raid-illegal-liquor-units-2026-02-08-13-05-20.jpg)