liquor home delivery
ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ମଦ ବିକ୍ରି ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା ଲାଗି ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି ।
ଗ୍ରାହକମାନେ ଫୋନ୍ ଯୋଗେ ଏସ୍ଏମ୍ଏସ୍ ଓ ହ୍ୱାଟସଆପ୍ ଜରିଆରେ ମଦ ମଗାଇ ପାରିବେ । ତେବେ ମଦ ଦୋକାନରେ ବ୍ୟବସାୟ ବେଳେ ସମସ୍ତ କୋଭିଡ୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ମଦ ନେବା ଆଣିବା ଲାଗି ଦୋକାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଯାଆସ କରିପାରିବେ । ତେବେ ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ଲାଗି ନିଗମ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି କେଉଁ ଅଞ୍ଚଳର ଦୋକାନୀ କେଉଁଦିନ ମଦ ଉଠାଇ ପାରିବ ସେ ନେଇ ତାଲିକା ପ୍ରସ୍ତୁତ କରାଯାଇଛି ।
ଅନ୍ୟପଟେ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ଆଜି ଦିନକରେ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୯୪୪ ଲୋକାଲ୍ କେସ୍ ଚିହ୍ନଟ ହୋଇଛି । ଏହାଛଡ଼ା ଆଜି ୮୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Licars-l_1621096542.jpg)