Paddy Procurement Photograph: (OTV)
ଅମଳ ଋତୁ ଆରମ୍ଭରୁ ମଣ୍ଡି ସମସ୍ୟା। ଚାଷୀ ଆସି ମଣ୍ଡିରେ ବସିଲେଣି, କିନ୍ତୁ ମିଲର୍ସଙ୍କ ଦେଖା ନାହିଁ। ଯାହାକୁ ନେଇ ଆଜି ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ତାତିଛନ୍ତି ଚାଷୀ। ଏପଟେ ଖରିଫ ଋତୁ ଆରମ୍ଭରୁ, ଏଭଳି ଅଚଳାବସ୍ଥାକୁ ନେଇ ବିଧାନସଭାରେ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତେବେ ମଣ୍ଡି ଆଜିଠୁ ଖୋଲିଥିଲେ ବି ହାତରେ ୪ ମାସ ସମୟ ଅଛି, ଏବଂ ଆଗକୁ ସମସ୍ତ ମଣ୍ଡିରେ ସୁବ୍ୟବସ୍ଥିତ ଢଙ୍ଗରେ ପର୍ଯ୍ୟାୟ କ୍ରମେ ସବୁ ଚାଷୀ ଧାନ ସୁରୁଖୁରୁରେ ଧାନ ବିକିବେ ବୋଲି କହିଛନ୍ତି ସରକାର।...
ଅମଳ ଋତୁରେ ଅଚଳାବସ୍ଥା, ଆରମ୍ଭରୁ ମଣ୍ଡି ଦୁର୍ଦ୍ଦଶା। ଧାନ ସଂଗ୍ରହର ପ୍ରଥମ ଦିନରୁ ଚାଷୀଙ୍କ ଅଭିଯୋଗର ଲମ୍ବା ତାଲିକା। ଆଜିଠୁ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଖୋଲିଛି ମଣ୍ଡି। କିନ୍ତୁ ପ୍ରଥମ ଦିନରୁ ହିଁ ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ଇଏ ଓଡ଼ିଶାର ଭାତହାଣ୍ଡି ଜିଲ୍ଲା ବରଗଡ଼ର କଳାପାଣି ମଣ୍ଡି। ଚାଷୀଙ୍କଠୁ ଧାନ କିଣା ମଣ୍ଡି ଖୋଲିବା ପରେ ପହଞ୍ଚିଛି ଟନ୍ ଟନ୍ ଧାନ। କିନ୍ତୁ ଚାଷୀଙ୍କ ଅଭିଯୋଗ, ଏଠିକୁ ଆସିବା ପରେ କିଣିବାକୁ କେହି ନାହିଁ। ମଣ୍ଡିର ନାହାନ୍ତି ମିଲର୍ସ। ସେହିଭଳି ମଣ୍ଡି ଖୋଲିବା ସତ୍ତ୍ବେ ଅନେକ ଚାଷୀଙ୍କ ପାଖକୁ ଟୋକନ୍ ଆସିନଥିବାରୁ ସେମାନେ ଏବେ ଚିନ୍ତାରେ।...
ସମ୍ବଲପୁର ଜିଲ୍ଲାରେ ଆଜି ମଣ୍ଡି ଖୋଲିଥିଲେ ବି ପ୍ରଥମ ଦିନରେ ଜିଲ୍ଲାର କୌଣସି ଗୋଟିଏ ମଣ୍ଡିରେ କିଣାଯାଇନି ଧାନ। ଏଥିପାଇଁ ପ୍ରଶାସନିକ ଅବ୍ୟବସ୍ଥା ଓ ପୂର୍ବ ପ୍ରସ୍ତୁତି ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଯାହାକୁ ବିରୋଧ କରି ଜିଲ୍ଲାର ଶହ ଶହ ଚାଷୀ ବରେଇପାଲି ମଣ୍ଡିରେ ଧାରଣାରେ ବସିବା ସହ ହୋହାଲ୍ଲା କରିଥିଲେ। ପରେ ଚାଷୀ, ଯୋଗାଣ ବିଭାଗ, ସମବାୟ ବିଭାଗ ଓ ମିଲରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।
କିନ୍ତୁ ପରିବହନ ଖର୍ଚ୍ଚ, କଷ୍ଟମ ମିଲିଂ ମୂଲ୍ୟ ବୃଦ୍ଧି ଓ ମିଲରେ ଧାନ ମହଜୁଦ ରଖିବା ବାବଦ ଭଡ଼ା ପ୍ରଦାନ ଆଦି ୩ ଦଫା ଦାବି ପୂରଣ ନହେବାରୁ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ମିଲର୍ସ। ଆଉ ପଟେ ସୃଷ୍ଟି ହୋଇଥିଲା ଅଚଳାବସ୍ଥା। ଚାଷୀମାନେ ପ୍ରବଳ ପାଟିତୁଣ୍ଡ ଓ ହୋହାଲ୍ଲା କରିବାରୁ ଆସନ୍ତାକାଲିଠୁ ଧାନ କିଣା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି।...
ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ୍
ମଣ୍ଡି ଖୋଲିବାର ପ୍ରଥମ ଦିନରେ ମିଲର୍ସ ଧାନ ନକିଣିବା ଏବଂ ଚାଷୀଙ୍କ ମାଳ ମାଳ ଅଭିଯୋଗ ପରେ ଏହାକୁ ନେଇ ବିଧାନସଭାରେ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ଧାନ ସଂଗ୍ରହ ପ୍ରସଙ୍ଗ ଉଠାଇ, ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଥିଲେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ।
ଧାନ କିଣିବାକୁ ଏଯାଏଁ ମାର୍କେଟ୍ ୟାର୍ଡ ଆଲର୍ଟ ହୋଇନି ବୋଲି ବିଜେଡି କହିଛି। ସେପଟେ ସରକାର ତୁରନ୍ତ ଚାଷୀଙ୍କଠାରୁ ସୁରୁଖୁରୁରେ ଧାନ ନକିଣିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଛି କଂଗ୍ରେସ। ୟା ଭିତରେ ଧାନ କିଣା ପାଇଁ ଧାର୍ଯ୍ୟ ସମୟ ୨୦୨୬ ମାର୍ଚ୍ଚ ୩୧ ତାରିଖ ରହିଥିବାରୁ ପର୍ଯ୍ୟାୟ କ୍ରମେ ସମସ୍ତ ଚାଷୀ ସୁବିଧାରେ ଧାନ ବିକିବେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/paddy-procurement-2025-11-28-20-38-56.jpg)