Advertisment

High-Profile School Sexual Assault: ଦାୟିତ୍ୱବାନ ପଦପଦବୀରେ ରହୁଛନ୍ତି, ହେଲେ ନା ସଂସ୍କାର ରହୁଛି, ନା ଚରିତ୍ରବାନ୍ ହେଉଛନ୍ତି

IRS ବାବୁଙ୍କ ବିରୋଧରେ ଦୁଷ୍କର୍ମ ଆରୋପ। ଇନକମ ଟ୍ୟାକ୍ସ କଲୋନୀ କ୍ୱାର୍ଟର୍ସରେ କୁକର୍ମ ଅଭିଯୋଗ। ଦୁଷ୍କର୍ମ ସହ ଭିଡିଓ ରେକର୍ଡିଂ ନେଇ ଥାନାରେ ଏତଲା। ପୀଡ଼ିତାଙ୍କ ବୟାନ ରେକର୍ଡ କରି ପୋଲିସର ତନାଘନା।

High-Profile School Sexual Assault

ଦାୟିତ୍ୱବାନ ପଦପଦବୀରେ ରହୁଛନ୍ତି, ହେଲେ Photograph: (OTV)

Advertisment

ଦାୟିତ୍ୱବାନ ପଦପଦବୀରେ ରହୁଛନ୍ତି, ହେଲେ ନା ସଂସ୍କାର ରହୁଛି, ନା ଚରିତ୍ରବାନ୍ ହେଉଛନ୍ତି। ପଦ ମର୍ଯ୍ୟାଦାକୁ ଭୁଲି ଯେଭଳି କାଣ୍ଡ ଭିଆଉଛନ୍ତି, ସଭ୍ୟ ସମାଜକୁ ଲଜ୍ଜିତ କରୁଛି। କେନ୍ଦ୍ରାପଡ଼ା ରାଜକନିକା ଇଲାକାର ଏକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ପିଅନଙ୍କ ଦ୍ବାରା ନାବାଳିକା ଛାତ୍ରୀ ଗଣଦୁଷ୍କର୍ମକୁ ନେଇ ଲାଗିରହିଛି ହଇଚଇ। 

Advertisment

କ୍ରାଇମବ୍ରାଞ୍ଚ ବି ମାମଲାକୁ ଗୁରୁତ୍ବର ସହ ନେଇ ରେଡଫ୍ଲାଗ୍ ଅନ୍ତର୍ଭୁକ୍ତ କରି ୫ ଜଣଙ୍କୁ ବାନ୍ଧିଛି। ଏଭଳି ସ୍ଥିତିରେ ସରକାରୀ କ୍ୱାର୍ଟର୍ସରେ ଜଣେ ଯୁବତୀଙ୍କୁ IRS ବାବୁଙ୍କ ଦୁଷ୍କର୍ମ ଏବଂ ଭିଡ଼ିଓ ଭାଇରାଲର ଧମକ ଅଭିଯୋଗ ମାମଲା, ରାଜଧାନୀରେ ଚହଳ ସୃଷ୍ଟି କରିଛି।

ଭୁବନେଶ୍ବରରେ ଚାଞ୍ଚଲ୍ୟ। ବାବୁଙ୍କ ବିରୋଧରେ ବଦନାମ୍ କାହାଣୀର ସଂଗୀନ ଅଭିଯୋଗ। ସରକାରୀ କ୍ବାର୍ଟର୍ସରେ ସଂପର୍କୀୟ ଭଉଣୀଙ୍କ ପଡ଼ୋଶିନୀଙ୍କୁ ଦୁଷ୍କର୍ମ ! ଆପତ୍ତିଜନକ ଭିଡ଼ିଓ ସହ ଫଟୋ ଭାଇରାଲର ଧମକ ! ଶେଷରେ ସହିଦନଗର ଥାନାରେ ମାମଲା ରୁଜୁ ପରେ ହଲଚଲ୍ ଅଫିସର୍ ମହଲ୍। କୁହାଯାଉଛି, ବାବୁ ଜଣେ ଇଣ୍ଡିଆନ୍ ରେଭ୍ୟନୁ ତଥା IRS ଅଫିସର।
 
GST ବିଭାଗରେ JOINT COMMISIONER ବି ଅଛନ୍ତି। କିନ୍ତୁ ଦାରୁଠେଙ୍ଗରେ ରହୁଥିବା ନିଜ ସଂପର୍କୀୟ ଭଉଣୀ ମାଧ୍ୟମରେ ତାଙ୍କ ପଡ଼ୋଶିନୀଙ୍କ ସଂସ୍ପର୍ଶରେ ଆସିବା ପରେ ଯାହା ଘଟାଇଛନ୍ତି, ସବୁଠି ଚର୍ଚ୍ଚା। ପୀଡ଼ିତାଙ୍କ ଅଭିଯୋଗ, ଜାନୁୟାରୀ ୧୫ରେ ନାନା ଆଳ କରି ଭୁବନେଶ୍ବର ଇନକମ୍ ଟ୍ୟାକ୍ସ କଲୋନୀ ସ୍ଥିତ ସଂପୃକ୍ତ IRS ଅଫିସରଙ୍କ ସରକାରୀ କ୍ବାର୍ଟର୍ସକୁ ଡାକିନେଲେ ସଂପର୍କୀୟ ଭଉଣୀ। 

Advertisment

କିଛି ସମୟ ପରେ IRS ଅଫିସରଙ୍କ ପତ୍ନୀଙ୍କ ସହ ସେ ଘରୁ ବାହାରିଯାଇଥିଲେ। ସେହି ସମୟରେ ବାବୁ ଜଣକ ପାଖକୁ ଡାକି ଲ୍ୟାପଟପ୍ ଖୋଲି ପୀଡ଼ିତାଙ୍କ ଏକ ଆପତ୍ତିଜନକ ଫଟୋ ଦେଖାଇ ଦୁଷ୍କର୍ମ କରିଥିଲେ। ଏପରିକି ଭିଡ଼ିଓ ରେକର୍ଡିଂ ବି କରିଥିଲେ। ଯାହାକୁ ନେଇ ସହିଦନଗର ଥାନାକୁ ଯାଇ ଏତଲା ଦେଇଛନ୍ତି ପୀଡ଼ିତା। 

ପୋଲିସ ସୂଚନା ଅନୁଯାୟୀ, ଗତ ୧୦ ଦିନ ତଳେ ପୀଡ଼ିତାଙ୍କ ଏତଲା ଆଧାରରେ ଇନଫୋସିଟି ଥାନାରେ ଆଉ ଏକ ମାମଲା ବି ରୁଜୁ ହୋଇଛି। IRS ବାବୁଙ୍କ ସେହି ସଂପର୍କୀୟ ଭଉଣୀଙ୍କ ସ୍ବାମୀ ଓ ସଂପୃକ୍ତ ପୀଡ଼ିତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ଭାଇରାଲ୍ କରିଥିବା ଅଭିଯୋଗ ଆଣି ସେହି ଭଉଣୀଙ୍କ ବିରୋଧରେ ଏତଲା ଦେଇଛନ୍ତି ନିଜେ ପୀଡ଼ିତା। ଯେଉଁ ଫଟୋକୁ ପୀଡ଼ିତାଙ୍କୁ ଦେଖାଇ IRS ବାବୁ ବ୍ଲାକମେଲ୍ କରି ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଥିଲେ। ଶେଷରେ ସୀମା ଟପିବା ପରେ ସହିଦନଗର ଥାନାରେ ପୀଡ଼ିତା ଏତଲା ଦେଇଥିବାବେଳେ ପୋଲିସ ମାମଲା ରୁଜୁ କରି ବୟାନ ରେକର୍ଡ କରିଛି। ତା’ସହ ତାଙ୍କ ମୋବାଇଲରୁ ଡିଜିଟାଲ୍ ଏଭିଡେନ୍ସ ସଂଗ୍ରହ କରି IRS ଭାଇ ଏବଂ ସଂପର୍କୀୟ ଭଉଣୀକୁ ଥାନାକୁ ଡକାଇଛି। ତେବେ ଅଭିଯୋଗ ସଂପର୍କରେ ସଂପୃକ୍ତ ୨୦୧୩ ବ୍ୟାଚର IRS ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

ସେପଟେ କେନ୍ଦ୍ରାପଡା ରାଜକନିକା ଇଲାକାର ଏକ ଶିକ୍ଷାନୁଷ୍ଠାନରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଗୁରୁତ୍ବକୁ ଦେଖି ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ଅର୍ଥାତ FIRର ୬୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ସହ ସାକ୍ଷୀମାନଙ୍କୁ ଶୀଘ୍ର କୋର୍ଟରେ ଉପସ୍ଥାପନ କରାଯିବ। 

ହାଇପ୍ରୋଫାଇଲ୍ ମନିଟରିଂ ସହ ପୋଲିସ ଡିଜି, ମହିଳା ଆୟୋଗ, ଶିଶୁ ସୁରକ୍ଷା ଆୟୋଗ (CWC), କିମ୍ବା ଅନ୍ୟ ଉଚ୍ଚ ସଂସ୍ଥା ଏଇ ମାମଲାର ନିୟମିତ ଫଲୋ-ଅପ୍ କରିବେ। ପୀଡ଼ିତାଙ୍କୁ ସୁରକ୍ଷା, ମେଡିକାଲ୍ ସହାୟତା ଓ କାଉନସେଲିଂ ନିଶ୍ଚିତ କରାଯିବ। ମାମଲାର ବିଚାର ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଏବଂ ସରକାରୀ ଓକିଲ ନିଯୁକ୍ତ ହେବେ। 

ଏସବୁ ଭିତରେ ଅଭିଯୁକ୍ତ ୩ ଶିକ୍ଷକ, ଜଣେ ଶିକ୍ଷୟତ୍ରୀ ଓ ସ୍କୁଲର ଜଣେ ପିଅନଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ। ଅପରପକ୍ଷେ ଅଭିଯୁକ୍ତ ଶିକ୍ଷକଙ୍କ ସପକ୍ଷରେ ଯୁକ୍ତି ବାଢିବା ସହ ସେମାନେ ନିର୍ଦ୍ଦୋଶ, ତାଙ୍କୁ ଫସାଇ ଦିଆଯାଇଛି। ଏହାର ସଠିକ୍ ତଦନ୍ତ ଦାବି କରି ରାଜକନିକା ଥାନା ଆଗରେ ରୁଣ୍ଡ ହୋଇଥିଲେ କିଛି ଅଭିଭାବକ। 

Child Abuse Kendrapara Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ