Advertisment

School Sexual Assault: ଶିକ୍ଷକଙ୍କ ଦ୍ୱାରା ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା କ୍ରାଇମ୍ ବ୍ରାଞ୍ଚ, କ'ଣ ଏହି ରେଡ୍ ଫ୍ଲାଗ୍

Kendrapara School Sexual Assault Case Flagged Red By Crime Branch; ଶିକ୍ଷକଙ୍କ ଦ୍ୱାରା ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା କ୍ରାଇମ୍ ବ୍ରାଞ୍ଚ, କ'ଣ ଏହି ରେଡ୍ ଫ୍ଲାଗ୍

School Sexual Assault

ଶିକ୍ଷକଙ୍କ ଦ୍ୱାରା ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା କ୍ରାଇମ୍ ବ୍ରାଞ୍ଚ Photograph: (OTV)

Advertisment

କେନ୍ଦ୍ରାପଡ଼ା ରାଜକନିକାର ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦ୍ବାରା ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା କ୍ରାଇମ୍ ବ୍ରାଞ୍ଚ। ହେଲେ କଣ ଏଇ ରେଡ୍ ଫ୍ଲାଗ୍। ମାମଲାଟିକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରାଯିବା ମାନେ ହେଉଛି ଏହାକୁ ଅତ୍ୟନ୍ତ ଗମ୍ଭୀର, ସମ୍ବେଦନଶୀଳ ଓ ଉଚ୍ଚ ପ୍ରାୟୋରିଟି ମାମଲା ଭାବରେ ଚିହ୍ନିତ କରାଯାଇଛି।

Advertisment

ଓଡ଼ିଶା ପୋଲିସ୍ ବା କ୍ରାଇମ୍ ବ୍ରାଞ୍ଚରେ ରେଡ୍ ଫ୍ଲାଗ୍ ଏକ ଆଧିକାରିକ ବର୍ଗୀକରଣ, ଯାହା ମୁଖ୍ୟତଃ ମହିଳା ଓ ଶିଶୁ ବିରୁଦ୍ଧରେ ଅତି ଗମ୍ଭୀର ଅପରାଧ ପାଇଁ ପ୍ରଯୁଜ୍ୟ। ଜଣେ ସିନିୟର ଅଫିସରଙ୍କ ତତ୍ତ୍ବାବଧାନରେ ଏଇ ମାମଲା ତଦନ୍ତର ଅନୁଧ୍ୟାନ କରାଯିବ।

୬୦ ଦିନରେ ଚାର୍ଜସିଟ୍

-ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହୋଇଥିବାରୁ ମାମଲାରେ ଏଫ୍ଆଇଆରଠାରୁ 60 ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ।

Advertisment

ଦ୍ରୁତ ବିଚାର ପ୍ରକ୍ରିୟା 

-ଚାର୍ଜସିଟ୍ ଦାଖଲ ପରେ ସାକ୍ଷୀମାନଙ୍କୁ ଶୀଘ୍ର କୋର୍ଟରେ ଉପସ୍ଥାପନ କରାଯିବା ଉପରେ ଗୁରୁତ୍ବ ଦିଆଯିବ
- ଯାହାଦ୍ୱାରା ଟ୍ରାଏଲ୍ ତ୍ୱରାନ୍ବିତ ହେବ

ବ୍ୟାପକ ମନିଟରିଂ

- ଡିଜିପି, ମହିଳା ଆୟୋଗ, ଶିଶୁ ସୁରକ୍ଷା ଆୟୋଗ (CWC), କିମ୍ବା ଅନ୍ୟ ଉଚ୍ଚ ସଂସ୍ଥା ଏଇ ମାମଲାର ନିୟମିତ ଫଲୋ-ଅପ୍ କରିବେ
- ପୀଡ଼ିତାଙ୍କୁ ସୁରକ୍ଷା, ମେଡିକାଲ୍ ସହାୟତା ଓ କାଉନସେଲିଂ ନିଶ୍ଚିତ କରାଯିବ

Advertisment

ମାମଲାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅର୍ଥାତ୍ ୧୨-୧୩ ବର୍ଷର ନାବାଳିକାଙ୍କୁ ବର୍ଷ ବର୍ଷ ଧରି ସ୍କୁଲ୍ ଶିକ୍ଷକମାନେ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ରହିଛି। ସବୁଠୁ ବଡ଼ କଥା ହେଉଛି ଏ ଗମ୍ଭୀର ମାମଲାରେ ୩ ଜଣ ଶିକ୍ଷକ, ଜଣେ ପିଅନ୍ ଏବଂ ଏମାନଙ୍କୁ ସହଯୋଗ କରିଥିବା ଜଣେ ଶିକ୍ଷୟିତ୍ରୀ ସାମିଲ ଅଛନ୍ତି। ତେଣୁ ମାମଲାର ସମ୍ବେଦନଶୀଳତାକୁ ଦେଖି ଏଭଳି ପଦକ୍ଷେପ ନେଇଛି କ୍ରାଇମବ୍ରାଞ୍ଚ୍।

  • ରେଡ୍ ଫ୍ଲାଗ୍: କ'ଣ ହେବ?
  • 60 ଦିନ ଭିତରେ ଚାର୍ଜସିଟ୍
  • ଦ୍ରୁତଗତିରେ ଚାଲିବ ବିଚାର ପ୍ରକ୍ରିୟା
  • ଚାର୍ଜସିଟ୍ ଦାଖଲ ପରେ ସାକ୍ଷୀମାନଙ୍କୁ ଶୀଘ୍ର କୋର୍ଟରେ ହାଜର କରାଯିବ
  • ଯାହା ଦ୍ବାରା ଟ୍ରାଏଲ୍ ତ୍ବରାନ୍ବିତ ହେବ
  • ଡିଜିପି, ସିଡବ୍ଲୁସି, ମହିଳା ଆୟୋଗ ମାମଲାର ନିୟମିତ ଫଲୋ-ଅପ୍ ନେବେ
  • ପୀଡ଼ିତାଙ୍କୁ ସୁରକ୍ଷା, ମେଡିକାଲ୍ ସହାୟତା ଓ କାଉନସେଲିଂ ସୁନିଶ୍ଚିତ କରାଯିବ
Sexual Assault Odisha News Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ