Advertisment

Rice Mill Controversy: ମିଲରଙ୍କ ମନମାନୀ, ମଣ୍ଡିରୁ ଉଠୁନି ଧାନ; ତାତିଲେ ଚାଷୀ

ମିଲରଙ୍କ ମନମାନୀ, ମଣ୍ଡିରୁ ଉଠୁନି ଧାନ। ଧାନର ମାନ ଖରପ ଦର୍ଶାଇ ଧାନ ନେଉନହନ୍ତି ମିଲର୍। ଆଳି ନିଆଳ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଅଭିଯୋଗ। ଅନ୍ୟ ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡି ଅଟକ ରଖିଲେ ଚାଷୀ। ଧାନ ଉଠିବା ନେଇ ପ୍ରତିଶୃତି ମିଳିବା ପରେ ଗାଡି ଛାଡିଲେ ଚାଷୀ।

Rice Mill Controversy

ମିଲରଙ୍କ ମନମାନୀ, ମଣ୍ଡିରୁ ଉଠୁନି ଧାନ; ତାତିଲେ ଚାଷୀ Photograph: (OTV)

Advertisment

ମିଲରଙ୍କ ମନମାନୀ, ଧାନ ନ ନେଇ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳିର ନିଆଳ ପ୍ରାଥମିକ କୃଷି ସମବାୟ ସମିତିରୁ। ମଣ୍ଡିରେ ଧାନ ପକାଇ ରଖିଛନ୍ତି ଚାଷୀ। 

Advertisment

ଗତକାଲି ସଂଧ୍ୟାରେ ପଟାମୁଣ୍ଡାଇ ରାଇସ ମିଲର ୩ଟି ଟ୍ରକ ନିଆଳ ମଣ୍ଡିରୁ ଧାନ ନେବା ପାଇଁ ଆସିଥିଲା। ମାତ୍ର ମଣ୍ଡିରେ ଗଛିତ ଥିବା ସମସ୍ତ ଧାନର ମାନ ଖରାପ ଥିବା ଦର୍ଶାଇ ଗାଡି ଫେରାଇ ନେଇ ଦେମାଳ ଧାନ ମଣ୍ଡିରୁ ଧାନ ସଂଗ୍ରହ କରିଥିଲେ। ଦେମାଳ ମଣ୍ଡିରୁ ୩ଟି ଟ୍ରକ ଧାନ ନେଇ ମିଲକୁ ଯାଉଥିବା ବେଳେ ଚାଷୀମାନେ ନିଆଳ ଛକ ନିକଟରେ ଗାଡିକୁ ଅଟକ ରଖିଥିଲେ।

ଦୀର୍ଘ ୪ଘଣ୍ଟା ଧରି ଗାଡି ଅଟକ ରଖିବା ପରେ ନିଆଳ ମଣ୍ଡିରୁ ଚାଷୀଙ୍କ ଧାନନେବା ନେଇ ମିଲର ପ୍ରତିଶୃତି ଦେବା ପରେ ଚାଷୀମାନେ ଅଟକ ରଖିଥିବା ଗାଡିକୁ ଛାଡି ଥିଲେ। ଏନେଇ ମିଲରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

  • ମିଲରଙ୍କ ମନମାନୀ, ମଣ୍ଡିରୁ ଉଠୁନି ଧାନ
  • ଧାନର ମାନ ଖରପ ଦର୍ଶାଇ ଧାନ ନେଉନହନ୍ତି ମିଲର୍
  • ଆଳି ନିଆଳ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଅଭିଯୋଗ
  • ଅନ୍ୟ ମଣ୍ଡିରୁ ଧାନ ନେଇ ଯାଉଥିବା ଗ୍ଗାଡି ଅଟକ ରଖିଲେ ଚାଷୀ
  • ଧାନ ଉଠିବା ନେଇ ପ୍ରତିଶୃତି ମିଳିବ ପରେ ଗାଡି ଛାଡିଲେ ଚାଷୀ
Kendrapara Farmers Protest Farmers Protest In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ