Doctor Protest Photograph: (OTV)
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳାବ୍ୟାଜ୍ ପିନ୍ଧି ଓପିଡିରେ ରୋଗୀ ସେବା କରୁଛନ୍ତି ଜୁନିଅର୍ ଡାକ୍ତର। ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି PGIMR ଏଣ୍ଡ କ୍ୟାପିଟାଲ ହସ୍ପିଟାଲ ଜୁନିୟର ଡାକ୍ତର ସଂଘ।
ସୁରକ୍ଷା ନ ମିଳିଲେ ଓପିଡିରେ ରୋଗୀ ସେବା ବନ୍ଦ କରିବାକୁ ଚେତେଇ ଦେଇଛି ସଂଘ। ଏହି ଘାଟଣାକୁ ନେଇ ସୁପରିଟେଣ୍ଟଙ୍କୁ ଭେଟିିଛନ୍ତି। ଜେନେରାଲ ବଡି ମିଟିଂରେ ରୋଗୀ ସେବା ନେଇ ସଂଘ ଆଲୋଚନା କରିବ ବୋଲି ସୂଚନା ଦେଇଛନ୍ତି ଜୁନିୟର ଡାକ୍ତର ସଂଘ ସଭାପତି।
ଗତକାଲି ଆଉଟ୍ ଡୋରରେ ରୋଗୀ ନଦେଖିବାରୁ ଡାକ୍ତରଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ ସମ୍ପର୍କୀୟ। ଆଉଟ୍ ଡୋର ବନ୍ଦ ହୋଇଥିବାରୁ ଏମରଜେନ୍ସି ଯିବାକୁ ପରାମର୍ଶ ଦେଇଥିବାରୁ ଉତ୍ତ୍ୟକ୍ତ ହୋଇ ଡାକ୍ତର ଓ ପ୍ଲାଷ୍ଟର୍ ଟେକ୍ନିସିଆନଙ୍କୁ ଆକ୍ରମଣ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/doctor-protest-2026-01-17-12-35-36.jpg)