jee-main-exam
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ Joint Entrance Examination(JEE Main 2021)। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୪ଟି sessionsରେ ପରୀକ୍ଷା ହେବ। ପ୍ରଥମ ସେସନ୍ ଆଜିଠୁ ଅର୍ଥାତ୍ ଫେବୃଆରୀ ୨୩ରୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମଧ୍ୟ ପରୀକ୍ଷା ହେବ। ୪ଟି ସେସନ୍ ପାଇଁ ଚଳିତ ଥର ଦେଶରୁ ମୋଟ ୨୨ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବେଷ୍ଟ ରାଙ୍କ୍ ଆଧାରରେ ନାମଲେଖା ହେବ।
ପ୍ରଥମ ସେସନ୍ ଆଜିଠାରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ ଓ ଏହି ସେସନ୍ରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜିଠୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବାକୁ ଥିବା ପ୍ରଥମ ପରୀକ୍ଷାରେ ୬ ଲକ୍ଷ ୬୧ ହଜାର ୭୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ମାର୍ଚ୍ଚ ୧୫ରୁ ୧୮ ତାରିଖ ମଧ୍ୟରେ ୫ ଲକ୍ଷ ୪ ହଜାର ୫୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏପ୍ରିଲ ୨୭ରୁ ୩୦ ତାରିଖ ମଧ୍ୟରେ ୪ ଲକ୍ଷ ୯୮ ହଜାର ୯୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେହିପରି ମେ ୨୪ରୁ ୨୮ ତାରିଖ ମଧ୍ୟରେ ୫ ଲକ୍ଷ ୯ ହଜାର ୯୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
କେବଳ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି। ଅନ୍ଲାଇନ୍ ମୋଡ଼ରେ ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୧୬ଟି ସହରରେ ପ୍ରାୟ ୮୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷଠାରୁ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। କୋଭିଡ୍ ସଂକ୍ରମଣ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ୧୨ଟା ପ୍ରଥମ ସିଟିଂ ଓ ଅପରାହ୍ଣ ୩ଟାରୁ ୬ଟା ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷାର୍ଥୀ। କୋଭିଡ୍ ଯୋଗୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ହଲ୍ ଭିତରକୁ ୫୦ ଏମ୍ଏଲ୍ର ସାନିଟାଇଜର ନେଇପାରିବେ ପରୀକ୍ଷାର୍ଥୀ। ଏହାସହ ପରୀକ୍ଷା କେନ୍ଦ୍ରର ଗେଟ୍ ନିକଟରେ ଥର୍ମାଲ ସ୍କାନିଂ କରାଯିବ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jee-main-exam_1626174440.jpg)