award
ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଛି। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। 'ଭିଜା ମାଟିର ସ୍ୱର୍ଗ' ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯାଇଛି।
ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। 'ଓଲେ ଓଲେ ଦିଲ୍ ବୋଲେ' ପାଇଁ ନିରଞ୍ଜନ ରେଡିଙ୍କୁ ଶ୍ରେଷ୍ଠ କାହାଣୀକାର ସମ୍ମାନରେ ସମ୍ମାନିତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲାଙ୍କୁ ସମ୍ମାନଜନକ ବାଳକୃଷ୍ଣ ଦାଶ ସମ୍ମାନ ମିଳିଛି। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ କରୁଣାକର ସେଠୀ, ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/award_1626687788.jpg)