jaga
ଭୁବନେଶ୍ୱର: ଏସ୍ସିବିରୁ ଯାଇଥିବା ୨ ଜଣିଆ ଡାକ୍ତରୀ ଟିମ୍ଙ୍କ ସହ ଦିଲ୍ଲୀରୁ ଆଜି ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଜଗା, କାଳିଆ। ନୂଆଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଆଜି ସନ୍ଧ୍ୟାରେ ସେମାନେ ବାହାରିବେ।
ଜଗା କାଳିଆ ଓଡ଼ିଶାରେ ପହଞ୍ଚିବା ପରେ କଟକ ଏସ୍ସିବି ମେଡିକାଲ୍ରେ ସେମାନଙ୍କର ଚିକିତ୍ସା ହେବ। ଏଥିପାଇଁ ୬ ଜଣିଆ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ୧୬ ଜଣ ଡାକ୍ତରଙ୍କ ବ୍ୟବସ୍ଥା ବି କରାଯିବ। ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କଠୋରୀରେ ଜଗା, କାଳିଆଙ୍କୁ ରଖାଯିବା ନେଇ ବନ୍ଦୋବସ୍ତ ହୋଇଛି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର ଏହି ଦୁଇଶିଶୁ ଜଗାକାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭି ଖବର ପ୍ରସାରଣ କରିଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଉଭୟ ଶିଶୁଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ। ସେବେଠାରୁ ସେମାନେ ସେଠାରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jaga_1626089509.jpg)