battery cycle
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇର ଫିଟର ଛାତ୍ର ଦେଖାଇଛନ୍ତି କମାଲ। ଫିଟର ଛାତ୍ର ଆଦିତ୍ୟ ବେହେରା ତିଆରି କରିଛନ୍ତି ଏକ ବ୍ୟାଟେରୀ ସାଇକେଲ। ଯେଉଁଥିରେ ଦୁଇଟି ବ୍ୟାଟେରୀ ସହ ଏକ ମୋଟର ଲଗାଯାଇଛି।
ଏହି ସାଇକେଲରେ ଲାଗିଥିବା ବ୍ୟାଟେରୀ ୩ ଘଣ୍ଟା ଚାର୍ଜ କଲେ, ୨୦ କିମି ପର୍ଯ୍ୟନ୍ତ ସାଇକେଲଟି ଗଡ଼ିପାରୁଛି । ୟୁଟ୍ୟୁବରେ ବ୍ୟାଟେରୀ ସାଇକେଲ ଦେଖି ସେ ନିଜେ ଏଭଳି କରିବା ପାଇଁ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି ଆଦିତ୍ୟ ବେହେରା। ଆଇଟିଆଇ ଫିଟର ଇନଷ୍ଟ୍ରକ୍ଟରଙ୍କ ସହଯୋଗରେ ଏହି ସାଇକେଲ ତିଆରି କରି ପାରିଛନ୍ତି । ପେଟ୍ରୋଲ, ଡିଜେଲ ଦର ଯେଭଳି ବୃଦ୍ଧି ପାଉଛି, ଲୋକେ ବହୁତ ଚିନ୍ତାରେ ପଡିଯାଇଛନ୍ତି। ଏଣୁ ଏହା ଭିତରେ ଏଭଳି ସାଇକେଲ ନିଶ୍ଚୟ ଲୋକଙ୍କୁ ସାହାଯ୍ୟ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/battery-cycle_1626690006.jpg)