Advertisment

Gajapati Suggests Review of Founding Principles: ଅରାଜି ହେଉଛି ଇସ୍କନ, ସିଦ୍ଧାନ୍ତର ପୁନର୍ବିଚାର ପାଇଁ ଦିଗଦର୍ଶନ ଦେଲେ ଗଜପତି

ରଥଯାତ୍ରାର ୯ଦିନ ଭିତରେ ବିଦେଶରେ ରଥଯାତ୍ରା କରିବାକୁ ଇସ୍କନ ଅରାଜି ହୋଇଥିବା ନେଇ ଗଜପତିଙ୍କୁ ଜଣାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାସ୍ତ୍ରବିଦିତ ତିଥିରେ ହିଁ ରଥଯାତ୍ରା ପାଳିବାକୁ ଗଜପତି ଆଜି ପୁଣି ଇସ୍କନ କର୍ତ୍ତୃପକ୍ଷଙ୍କୁ କଡ଼ା ଚିଠି ଲେଖିଛନ୍ତି।

Gajapati

Gajapati Photograph: (OTV)

Advertisment

ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଯାତ୍ରା ପାଇଁ ରାଜି କିନ୍ତୁ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ରଥଯାତ୍ରା ପାଇଁ ଅରାଜି ଇସ୍କନ। ଏପରକି ରଥଯାତ୍ରାର ୯ଦିନ ଭିତରେ ବିଦେଶରେ ରଥଯାତ୍ରା କରିବାକୁ ଇସ୍କନ ଅରାଜି ହୋଇଥିବା ନେଇ ଗଜପତିଙ୍କୁ ଜଣାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାସ୍ତ୍ର ଅନୁମୋଦିତ ତିଥିରେ ହିଁ ରଥଯାତ୍ରା(RATHAYATRA) ପାଳିବାକୁ ଗଜପତି ଆଜି ପୁଣି ଇସ୍କନ (ISKCON) କର୍ତ୍ତୃପକ୍ଷଙ୍କୁ କଡ଼ା ଚିଠି ଲେଖିଛନ୍ତି। 

Advertisment

ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ନଅ ଦିନ ଭିତରେ ଭାରତ ବାହାରେ ରଥଯାତ୍ରା ପାଳନ ନିଷ୍ପତ୍ତି ସହିତ ସହମତ ହୋଇପାରୁନଥିବା ନେଇ ଇସ୍କନ ଗଭର୍ଣ୍ଣିଂବଡ଼ି ଅଧ୍ୟକ୍ଷ ଗତ ୧୯ ତାରିଖ ଦିନ ଗଜପତିଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ ଗଜପତି ଇସ୍କନକୁ ପାଲଟା ଚିଠି ଲେଖି ଉକ୍ତ ସିଦ୍ଧାନ୍ତର ପୁନର୍ବିଚାର ପାଇଁ ଦିଗଦର୍ଶନ ଦେଇଛନ୍ତି। ରଥଯାତ୍ରା ଓ ସ୍ନାନ ଯାତ୍ରା ଶାସ୍ତ୍ରବିଦିତ ତିଥିରେ ପାଳନ ଲାଗି ସେପଟେମ୍ବର ୬ ତାରିଖରେ ଗଜପତି ମହାରାଜା, ପଶ୍ଚିମବଙ୍ଗ ମାୟାପୁର ସ୍ଥିତ ଇସ୍କନ ଗଭର୍ଣ୍ଣିଂବଡ଼ି କମିଶନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖି ସ୍ପଷ୍ଟ ଭାବେ ଅବଗତ କରାଇଥିଲେ।

 କିନ୍ତୁ ଇସ୍କନ ତଥାପି ବାଟକୁ ଆସୁନାହିଁ। ଇସ୍କନ ବିଦେଶରେ ଅଦିନିଆ ରଥଯାତ୍ରା ପାଳନ କରୁଥିବାରୁ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଛି। ଗତ ମାସରେ ଇଷ୍ଟ ଆଫ୍ରିକାର ମୋଜାମ୍ବିକ୍ ଓ ବାଂଲାଦେଶରେ ବି ଅଦିନରେ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ।...

Advertisment
Jay Jagannath Puri Gajapati Dibyasingha Deb ISKCON Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ