Advertisment

Serious Lapse: ଆପଣଙ୍କ ପିଲାଙ୍କ ସ୍କୁଲ୍ ବସର ଅଛି ତ ଫିଟନେସ୍ ? ରାଜଧାନୀରେ ଗଡ଼ୁଥିବା ୧୭ଟି ବସର ନାହିଁ ଫିଟନେସ୍ ସାର୍ଟିଫିକେଟ୍

ଯେଉଁ ବସରେ ଆପଣଙ୍କ ପିଲା ସ୍କୁଲ୍ ଯାଉଛନ୍ତି, ସେହି ବସର ଅଛି ତ ଫିଟନେସ୍ ? ବିପଦଜ୍ଜନକ ପରିବହନ ବ୍ୟବସ୍ଥା ଭିତରେ ଆପଣଙ୍କ ସନ୍ତାନ ପାଠ ପଢ଼ିବାକୁ ଯାଉନି ତ ? କାରଣ ରାଜ୍ୟର ୧୧ ଶହ ୭୧ ସ୍କୁଲ୍ ବସରେ ନାହିଁ ଫିଟନେସ୍।

NO-FITNESS

NO-FITNESS Photograph: (OTV)

Advertisment

ପିଲାମାନଙ୍କୁ ସ୍କୁଲ ବସରେ ପଠାଉଛନ୍ତି କି ? ସାବଧାନ ! ସ୍କୁଲ ବସର ନାହିଁ ଫିଟନେସ। ବିନା ଫିଟନେସରେ ରାଜ୍ୟରେ ବେଧଡ଼କ ଭାବେ ଗଡୁଛି ସ୍କୁଲ ବସ୍ । କୌଣସି ମୁହୂର୍ତ୍ତରେ ବି ହୋଇ ପାରେ ଦୁର୍ଘଟଣା ! ବିଧାନସଭାରେ ପରିବହନ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୪ ହଜାର ୪୫ଟି ସ୍କୁଲ ବସ୍ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଛି ।  ଏଥିମଧ୍ୟରୁ ୧୧ ଶହ ୭୧ଟି ବସର ଫିଟନେସ୍  ନାହିଁ।

Advertisment

ସେହିପରି ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ୭୯୬ଟି ବସ୍ ଚାଲୁଛି । ଏଥିମଧ୍ୟରୁ ବିନା ଫିଟନେସରେ ଗଡୁଛି ୧୭ଟି ବସ୍ । ଛାତ୍ରଛାତ୍ରୀଙ୍କ ଏଭଳି ଅସୁରକ୍ଷିତ ଯାତ୍ରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସରକାର। 

ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏଣେ ଅସୁରକ୍ଷିତ ସ୍କୁଲ ବସ୍ ସମ୍ପର୍କିତ ତଥ୍ୟ ଆସିବା ପରେ ଆକ୍ସନ ମୋଡକୁ ଆସିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ୍ ବସ ଗୁଡ଼ିକର ଫିଟନେସର ଯାଞ୍ଚ କରାଯାଇଛି। ଏହାସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି। 

Advertisment

ଅନ୍ୟପଟେ ଛାତ୍ର ଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଏହି ବସ ଗୁଡିକର ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ। କୁନି କୁନି ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା କରୁଥିବା ବସଗୁଡିକର ନିୟମିତ ବ୍ୟବଧାନରେ ଫିଟନେସ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଯାହା ନିୟମ କରିବେ ତାହା ମାନିବା ଦରକାର ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । 

ତଥ୍ୟ ଅନୁସାରେ ସଡକ ଦୁର୍ଘଟଣାରେ ରାଜ୍ୟରେ ଦିନକୁ ୧୫ରୁ ୧୬ ଜୀବନ ଯାଉଛି। ମାଳମାଳ ଫିଟନେସ ନଥିବା ଗାଡି ରାସ୍ତାରେ ଗଡୁଥିବା ଯୋଗୁଁ ଦୁର୍ଘଟଣା ଅଧିକ ହେଉଥିବା କୁହାଯାଉଛି। 

Advertisment

Bus Transport Fitness Certificate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ