Advertisment

Air Pollution Alert: ଦିଲ୍ଲୀ ରାସ୍ତାରେ କି ଭୁବନେଶ୍ବର ? ଭୟଙ୍କର ବାୟୁ ପ୍ରଦୂଷଣ ଏଡ଼ାଇବାକୁ ଆସିଲା କଡ଼ା ନିୟମ

ଘର ବାହାରେ ଆବର୍ଜନା ଜାଳିବା ଓ ହୋଟେଲ କି ଢାବାରେ କୋଇଲା ଏବଂ କାଠରେ ରୋଷେଇ ସଂପୂର୍ଣ୍ଣ ମନା। ନମାନିଲେ ୫ ହଜାର ଫାଇନ୍। ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବାକୁ ବି କର ବିକଳ୍ପ ବ୍ୟବସ୍ଥା।

TWIN-CITY-POLLUTION

TWIN-CITY-POLLUTION Photograph: (OTV)

Advertisment

ଦିଲ୍ଲୀ ରାସ୍ତାରେ ଯାଉଛି କି ଭୁବନେଶ୍ବର ? କାରଣ ପ୍ରଦୂଷଣ ଜନିତ ଭୟଙ୍କର ସ୍ଥିତି ଏଡ଼ାଇବାକୁ ଟ୍ୱିନ୍ ସିଟିରେ ଲାଗୁ ହେଲା କଡ଼ା କଟକଣା। ବାହାରେ ଅବର୍ଜନା ଜାଳିଲେ ଅବା ସନ୍ଧ୍ୟା ୬ରୁ ସକାଳ ୧୦ ଯାଏଁ ନିର୍ମାଣ କାମ କଲେ ଲାଗିବ ବଡ଼ ଫାଇନ୍। ରାତିର ଭାରୀଯାନ ଚଳାଚଳ ବି ହୋଇଛି ବ୍ୟାନ।

Advertisment

ତେଣେ ନିୟମକୁ ଭୁବନେଶ୍ବର-କଟକବାସୀ ସ୍ବାଗତ କରିଥିଲେ ବି ଏହାର ସଠିକ୍ ଅନୁପାଳନକୁ ଗୁରୁତ୍ବ ଦେଇଛନ୍ତି। ତେଣେ ପରିବେଶବିତ୍ ଚେତାଇଲେଣି ଟ୍ବିନ ସିଟି ଭଳି ରାଜ୍ୟର ୭ ପ୍ରଦୂଷଣକାରୀ ସହରରେ ଆଗୁଆ ସାବଧାନ ନହେଲେ ସ୍ଥିତି ଜଟିଳ ହେବ।....

ଆବର୍ଜନା ପୋଡ଼ିଲେ ଜରିମାନା

ହୋଟେଲରେ କାଠ କି କୋଇଲା ଜାଳିଲେ ଫାଇନ୍ । ସନ୍ଧ୍ୟା ୬ରୁ ସକାଳ ୧୦ ଯାଏଁ ନିର୍ମାଣ କାମ ବ୍ୟାନ୍ ।
ଟ୍ବିନସିଟିକୁ ସାଂଘାତିକ ବାୟୁ ପ୍ରଦୂଷଣରୁ ରକ୍ଷା କରିବାକୁ ନିଆଯାଇଛି ଏଭଳି କଡ଼ା ଷ୍ଟେପ୍। ବିଏମସି ପକ୍ଷରୁ ସବୁ ଜୋନାଲ୍ କମିଶନରଙ୍କୁ ଯାଇଛି ନିର୍ଦ୍ଦେଶନାମା। ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଘର ବାହାରେ ଆବର୍ଜନା ଜାଳିବା ଓ ହୋଟେଲ କି ଢାବାରେ କୋଇଲା ଏବଂ କାଠରେ ରୋଷେଇ ସଂପୂର୍ଣ୍ଣ ମନା। ନମାନିଲେ ୫ ହଜାର ଫାଇନ୍। ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବାକୁ ବି କର ବିକଳ୍ପ ବ୍ୟବସ୍ଥା। 

Advertisment

ଭୁବନେଶ୍ବର-କଟକରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଭିତରେ ନିର୍ମାଣ କାମ ମନା। ରାତିରେ ଭାରୀ ଯାନ ଚଳାଚଳ ଉପରେ ବି ଲାଗିଛି କଟକଣା। ଶିଳ୍ପାଞ୍ଚଳରେ ରାସ୍ତା ଗୁଡ଼ିକରେ ନିୟମିତ ପାଣି ସିଞ୍ଚନ ପାଇଁ ଇଡକୋକୁ କୁହାଯାଇଛି। ଜାତୀୟ ରାଜପଥରେ ଧୂଳି ହେଉଥିବା ସ୍ଥାନରେ ଦିନକୁ ୩ ଥର ପାଣି ପକାଇବାକୁ NHAI ବାଧ୍ୟ। କ୍ରୁଟ୍ ପକ୍ଷରୁ ନିଜର ସମସ୍ତ ବସ୍ ଡିପୋ ଓ ଷ୍ଟାଣ୍ଡ ଗୁଡ଼ିକରେ ଜଳ ସିଞ୍ଚନ ସହ ଗାଡ଼ି ସଫା କରିବାକୁ ବି ଯାଇଛି ଡିରେକ୍ସନ।...

ଏୟାର ପଲ୍ୟୁସନର ହଟସ୍ପଟ୍

ତେବେ ଏଠି ପ୍ରଶ୍ନ-  ସାଂଘାତିକ ଏୟାର ପଲ୍ୟୁସନର ହଟସ୍ପଟ୍ ପାଲଟିଲାଣି କି ଓଡ଼ିଶା ? ଦିଲ୍ଲୀ ରାସ୍ତାରେ ଯାଉଛି କି ଭୁବନେଶ୍ବର ? ବିଷ ବାୟୁ ଜନିତ ଅଣନିଶ୍ବାସୀ ସ୍ଥିତିରେ ଘାଣ୍ଟି ହେବା ସ୍ଥିତିରେ କି ରାଜଧାନୀ ? 

Advertisment

ତଥ୍ୟ କହୁଛି କିଛି ଦିନ ତଳେ ଭୁବନେଶ୍ବରରେ ଏକ୍ୟୁଆଇ ମାନ ୫ଶହ ଟପିଥିଲା, ଏବେ ୨୦୦ ଉପରେ ରହୁଛି। ଆଜି ଅପରାହ୍ନରେ ବି ରାଜଧାନୀରେ ବାୟୁର ମାନ ୨୧୦ ଥିଲା। ତେଣେ ବିଶେଷଜ୍ଞଙ୍କ ମତରେ ଏକ୍ୟୁଆଇ ୫୦ରୁ ୧୦୦ ଭିତରେ ରହିଲେ ଚଳନୀୟ, ୧୫୧ରୁ ୨୦୦ ଛୁଇଁଗଲେ ଅସ୍ବାସ୍ଥ୍ୟକର। ଭୁବନେଶ୍ବରବାସୀଙ୍କୁ ଏବେ ଆକ୍ତାମାକ୍ତା କରୁଛି ଧୂଳି। ପଥଚାରୀଙ୍କ ନାକ ରୁନ୍ଧି ଦେଉଛି।

ସେଥିପାଇଁ ଛାତି ଓ ଫୁସଫୁସଜନିତ ରୋଗ ବି ବଢ଼ୁଛି। ତେଣୁ ଏହାର ମୂଳ ଉତ୍ସକୁ ରୋକିବାକୁ ଦୀର୍ଘମିଆଦି ଆକ୍ସନ ପ୍ଲାନ ହେବା ଜରୁରୀ। ତେଣେ ଟ୍ବିନସିଟି ବାସୀ କହିଲେଣି- ଖାଲି କଟକଣା କରିଦେଲେ ଚଳିବନି, ତାକୁ କଡ଼ାକଡ଼ି ଲାଗୁ କର।...

ଏକ୍ୟୁଆଇ ଇଣ୍ଡେକ୍ସ ଡେଞ୍ଜର ଜୋନରେ ଓଡ଼ିଶାର ୭ ସହର। ତାଳଚେର, ଅନୁଗୁଳ, ବାଲେଶ୍ବର, କଳିଙ୍ଗନଗର, ରାଉରକେଲା ପରେ ଭୁବନେଶ୍ବର- କଟକ। ଆଗରୁ ତାଳଚେରକୁ ଗ୍ରାପ ଷ୍ଟେଜ ଟୁ ଜୋନରେ ରଖାଯାଇ ସାରିଛି। ବାଲେଶ୍ବରରେ ବି ଲାଗୁ ହୋଇଛି କଡ଼ା କଟକଣା। ହେଲେ ବାଡ଼ ଖାଉଛି ଫସଲ ନ୍ୟାୟରେ ଖୋଦ୍ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ୍ ପାଖ ପୁରୁଣା କଲେକ୍ଟର ଅଫିସ୍ କୋଠା ଭଙ୍ଗା ଚିତ୍ର, ଲୋକଙ୍କୁ ଆଚମ୍ବିତ କରିଛି।...

Twin City Air Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ